Skip to main content

ପିରିୟଡ୍‌ସ ସମୟରେ ସଠିକ୍‌ ଡାଏଟ୍‌ର ଭୂମିକା | Role of Diet during Periods, in Odia | Sushree Tapaswini Das

Sushree Tapaswini Das27 May 20242:448.1K views

About this video

ଅଧିକାଂଶ ମହିଳା ପିରିୟଡ୍‌ସ ବା ଋତୁସ୍ରାବ ସମୟରେ ଅସହଜ ମନେ କରନ୍ତି, ପେଟ ଫୁଲିବା, ଗ୍ୟାସ୍‌ ହେବା ଭଳି ଲକ୍ଷଣମାନ ଦେଖାଦିଏ। ତେଣୁ, ଏହି ସମୟରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ପିରିୟଡ୍‌ସ ବେଳେ କ’ଣ ଖାଇବେ, କ’ଣ ନାହିଁ, ଆସନ୍ତୁ ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ, ଜାଣିବା। ପିରିୟଡ୍‌ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍। Periods can bring about a range of physical and emotional symptoms, which can vary from person to person and cycle to cycle. However, maintaining a balanced diet rich in iron, calcium, and vitamins is crucial. Adequate nutrition ensures that the body has the necessary nutrients to cope with hormonal fluctuations and the physiological changes that occur during this time. Let's know more from Sushree Tapaswini Das, a Dietician.