ମେନାର୍କିରୁ ମେନୋପଜ୍ – ଚାଲନ୍ତୁ କଥା ହେବା | Menarche to Menopause - The Cycle
About this video
ପିରିୟଡ୍ସ ବା ଋତୁସ୍ରାବ ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ପ୍ରତିମାସରେ କିଶୋରୀ ଓ ମହିଳାମାନେ ଋତୁସ୍ରାବ ଦେଇ ଗତି କରନ୍ତି। ଏହା ନାରୀ ପାଇଁ ଏକ ପରିଚୟ। କିନ୍ତୁ ଆଜିବି ଅନେକଙ୍କ ମଧ୍ୟରେ ଏହାକୁ ନେଇ ଲାଜ, ସଙ୍କୋଚ ତଥା ଆମ ସମାଜରେ ଅନ୍ଧବିଶ୍ୱାସ ରହିଛି। ଫଳରେ ନାରୀର ଜୀବନ ବିଭିନ୍ନ ଭାବେ ପ୍ରଭାବିତ ହେଉଛି। ୠତୁସ୍ରାବକୁ ନେଇ ଥିବା ଏହି ପୁରୁଣାକାଳିଆ ମାନସିକତାକୁ ହଟାଇବା ପାଇଁ ସଚେତନତା ହେଉଛି ମୁଖ୍ୟ ଅସ୍ତ୍ର। ପିରିୟଡସ୍ ବିଷୟରେ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ଵାସ୍ଥ୍ୟପ୍ଲସର ମିଳିତ ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’। ଏହି ଅଭିଯାନ ଅଧୀନରେ ‘ମେନାର୍କିରୁ ମେନୋପଜ୍’ – ମହିଳାଙ୍କ ଜୀବନର ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ବିଷୟ ଉପରେ ବିଭିନ୍ନ ତଥ୍ୟ ସହ ଡାକ୍ତରଙ୍କ ପରାମର୍ଶ ଆଦି ଉପସ୍ଥାପନ କରାଯାଇଛି। ଦେଖନ୍ତୁ ଭିଡିଓ। Periods is a natural physiological process experienced by adolescent girls and women every month, attending womanhood. However due to various myths, stigma & discrimination, prevailing in the society many feel shy or embarrassed to talk about #Periods. Awareness is the primary tool to dismantle the outdated practices towards menstruation. 'Let's Talk Periods' is a collaborative campaign by IFI Foundation, OdishaLIVE, and Swasthya Plus aiming to raise awareness about Menstrual Health & Hygiene. The campaign presents 'Menarche to Menopause...' a special capsule answering FAQs on #Periods. Watch Video.