ଅପସ୍ମାର ବା ମୂର୍ଚ୍ଛାରୋଗ ଲକ୍ଷଣ ଓ ଚିକିତ୍ସା | Epilepsy: Treatment in Odia | Dr Subhransu Sekhar Jena
About this video
ଅପସ୍ମାର ବା ମୂର୍ଚ୍ଛାରୋଗା ହେଉଛି ଏକ ମସ୍ତିଷ୍କ ଜନିତ ସ୍ନାୟୁଗତ ରୋଗ। ମସ୍ତିଷ୍କ ଆମ ଶରୀରର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ମସ୍ତିଷ୍କର କୋଷିକାଗୁଡ଼ିକ ଏକ ପ୍ରକାରର ଇଲେକ୍ଟ୍ରିକ୍ କରେଣ୍ଟ ଜରିଆରେ କାମ କରନ୍ତି। ଏହି କରେଣ୍ଟ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ମସ୍ତିଷ୍କରେ ଏକ ଝଡ଼ ସୃଷ୍ଟି କରେ। ଫଳରେ ବ୍ୟକ୍ତିଜଣକ ଥରି ଥରି ତଳେ ପଡ଼ିଯାଏ। ଏଭଳି ଲଗାତାର ହେଲେ ଏହାକୁ ଅପସ୍ମାର ବା ମୁର୍ଚ୍ଛାରୋଗ ବୋଲି କୁହାଯାଏ। ଅପସ୍ମାର ରୋଗର ଲକ୍ଷଣ ଓ ନିରାକରଣ କ'ଣ? ଏନେଇ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ୍ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କ'ଣ କହୁଛନ୍ତି ଆସନ୍ତୁ ଜାଣିବା।