ଷ୍ଟ୍ରୋକ୍‌କୁ ଜାଣିବା ଓ ଜିଣିବା | Together for Stroke

Swasthya Plus Network31 October 202310:43932 views

About this video

ଆଜିର ସମୟରେ ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ସାମ୍ନାକୁ ଆସିଛି। ଅନେକ ଲୋକ ଏଥିରେ ପୀଡ଼ିତ ହୋଇ ପ୍ରଭାବିତ ହେଉଛନ୍ତି। ତେଣୁ, ଷ୍ଟ୍ରୋକ୍‌ ବିଷୟରେ ପ୍ରତିଟି ସ୍ତରରେ ବ୍ୟାପକ ସଚେତନ ହେବା ଆବଶ୍ୟକ। ଆସନ୍ତୁ, ଆମେ ଏହି ଭିଡିଓ ମାଧ୍ୟମରେ ଡାକ୍ତର ଏବଂ ବିଷୟ ବିଶେଷଜ୍ଞଙ୍କଠାରୁ ଷ୍ଟ୍ରୋକ୍‌ର ମୁକାବିଲା ବିଷୟରେ ଅଧିକ ଜାଣିବା। ବିଶ୍ଵ ଷ୍ଟ୍ରୋକ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ‘ଆଇସିଏମଆର-ଆରଏମଆରସି’, ‘ଇଣ୍ଡିଆନ୍ ପବ୍ଲିକ ହେଲ୍‌ଥ ଆସୋସିଏସନ୍’ ଏବଂ ‘ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ନଲେଜ ପାର୍ଟନର ରହିଛନ୍ତି। ଏହାସହ ‘କେୟାର ହସ୍ପିଟାଲ’ କାର୍ଯ୍ୟକ୍ରମର ହେଲଥ କେୟାର ପାର୍ଟନର ରହିଛି। Stroke has emerged as a significant global public health challenge, resulting in both death and disability. However, it is preventable, and we have the ability to alleviate the burden of stroke through lifestyle modifications. In this video, we will know about why Stroke is so concerning. We will hear valuable insights from doctors and experts on how to detect stroke and prevent stroke-related deaths through this video. On the occasion of World Stroke Day, IFI Foundation is teaming up with OdishaLIVE & Swasthya Plus Odia to launch 'Stroke Mukta Jeebana: Life Free from Stroke,' a pioneering public health awareness campaign. We're proud to collaborate with esteemed partners: ICMR-RMRCBB, Indian Public Health Association, and Public Health Foundation of India, alongside Healthcare Partner Care Hospitals.