ଫ୍ୟାଟି ଲିଭର - କାରଣ, ଲକ୍ଷଣ ଓ ଚିକିତ୍ସା | Dr Sushant Kumar Sethi on of Fatty Liver in Odia
About this video
ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଶାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ। କୌଣସି କାରଣରୁ ଯକୃତର କୋଷଗୁଡ଼ିକରେ ଚର୍ବି ଜମାଟ ବାନ୍ଧିଲେ, ଏହା ସଠିକ୍ ଭାବେ କାର୍ଯ୍ୟ କରିପାରେ ନାହିଁ। ଏହି ସମସ୍ୟା ବା ରୋଗକୁ ଫ୍ୟାଟି ଲିଭର ବୋଲି କୁହାଯାଏ। ତେବେ ଯକୃତର କାହିଁକି ଚର୍ବି ଜମାଟ ବନ୍ଧେ? ଫ୍ୟାଟି ଲିଭରକୁ କେମିତି ରୋକିପାରିବା? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସୁଶାନ୍ତ କୁମାର ସେଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଫ୍ୟାଟି ଲିଭର ରୋଗ କ’ଣ? (0:00) କାହିଁକି ହୁଏ ଫ୍ୟାଟି ଲିଭର? (1:38) ଫ୍ୟାଟି ଲିଭରର ପ୍ରକାର (2:30) ଫ୍ୟାଟି ଲିଭରର ଲକ୍ଷଣ କ’ଣ? (3:45) ଫ୍ୟାଟି ଲିଭରର ଜଟିଳତା (4:24) କେଉଁ ପରୀକ୍ଷାରୁ ଚିହ୍ନିବା ଫ୍ୟାଟି ଲିଭର? (5:09) ଫ୍ୟାଟି ଲିଭରର ଚିକିତ୍ସା (5:50) ଫ୍ୟାଟି ଲିଭରର ନିରାକରଣ (7:17) ସୁସ୍ଥ ଲିଭର ପାଇଁ କ’ଣ ଖାଇବେ? (8:27) ଡାକ୍ତରଙ୍କ ପରାମର୍ଶ (9:24) What is Fatty Liver Disease? (0:00) Causes of Fatty Liver (1:38) Types of Fatty Liver (2:30) Symptoms of Fatty Liver (3:45) Complications of Fatty Liver (4:24) Diagnosis of Fatty Liver (5:09) Treatment of Fatty Liver (5:50) Prevention of Fatty Liver (7:17) Diet for Healthy Liver (8:27) Doctor's Advice (9:24)