ନିୟମିତ ଟିକାକରଣର ଗୁରୁତ୍ୱ | Importance of Routine Immunization in Odia | Dr Meena Som
About this video
ପ୍ରତିବର୍ଷ ମାର୍ଚ୍ଚ ୧୬କୁ ଜାତୀୟ ଟିକାକରଣ ଦିବସ ଭାବେ ପାଳନ କରାଯାଏ। ସମସ୍ତ ଶିଶୁଙ୍କୁ ଏହି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଟିକାକରଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତେବେ ପ୍ରତ୍ୟେକ ଶିଶୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବା ନିହାତି ଜରୁରୀ। ଏଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। ଏହି ଭିଡିଓରେ ୟୁନିସେଫ୍ ଓଡ଼ିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ୍ ନିୟମିତ ଟିକାକରଣର ଗୁରୁତ୍ୱ ବିଷୟରେ ଆଲୋକପାତ କରିଛନ୍ତି।