ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Diabetes: Are You at Risk? in Odia | Causes | Dr Alok Kanungo
About this video
ଡାଏବେଟିସ୍ ବା ମଧୁମେହ ରୋଗ ମଣିଷ ଶରୀରର ସବୁ ଦିନିଆ ଅତିଥି ହୋଇଗଲାଣି। ବର୍ତ୍ତମାନ ସମୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୨୦ରୁ ୨୫ ଜଣଙ୍କୁ ଡାଏବେଟିସ୍ ହେବାର ଦେଖିବାକୁ ମିଳୁଛି। ଡାଏବେଟିସ ରୋଗ ହେବାର ମୁଖ୍ୟ କାରଣ ହେଉଛି ଏହା ବଂଶଗତ। ପରିବାରରେ କୌଣସି ସଦସ୍ୟକୁ ଡାଏବେଟିସ୍ ହୋଇଥିଲେ ଅନ୍ୟ ସଦସ୍ୟକୁ ଡାଏବେଟିସ୍ ହେବାର ଆଶଙ୍କା ଅଧିକ ଥାଏ। ଡାଏବେଟିସ୍ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଡାଏବେଟିସ୍ ଯୋଗୁଁ ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ମଧ୍ୟ ହୋଇପାରେ। ତେବେ ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରି ହେବନି ସିନା ହେଲେ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ରକ୍ଷା ପାଇ ପାରିବା। ଆସନ୍ତୁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଡାଏବେଟିସର କାରଣ, ଲକ୍ଷଣ, ପରୀକ୍ଷଣ ଏବଂ ଚିକିତ୍ସା ବିଷୟରେ ସବିଶେଷ ତଥ୍ୟ ଜାଣିବା।