ମାଂସପେଶୀ ଜନିତ ଦୁର୍ବଳତା: କାରଣ ଓ ଚିକିତ୍ସା | Muscular Dystrophy, in Odia| Treatment | Dr Swagat Mohanty

Dr Swagat Mohanty2 November 202415:238.3K views

About this video

ମସ୍କୁଲାର ଡିଷ୍ଟ୍ରୋଫି ଏକ ଆନୁବଂଶିକ ରୋଗ, ଯାହା ମଣିଷ ଶରୀରର ମାଂସପେଶୀକୁ ପ୍ରଭାବିତ କରିଥାଏ। ଏହି ରୋଗ ହେଲେ ମାଂସପେଶୀ ଧୀରେଧୀରେ ଦୁର୍ବଳ ହେବାକୁ ଲାଗେ। ଏହା ଦ୍ୱାରା ସୁସ୍ଥ ମାଂସପେଶୀ ବିକାଶ ପାଇଁ ଆବଶ୍ୟକ ପ୍ରୋଟିନ୍ ଉତ୍ପାଦନରେ ବାଧା ସୃଷ୍ଟି ହୋଇଥାଏ। ମସ୍କୁଲାର ଡିଷ୍ଟ୍ରୋଫିର ବିଭିନ୍ନ ଲକ୍ଷଣ ରହିଛି। ଯେପରିକି ଚାଲି ନପାରିବା, କୌଣସି ବସ୍ତୁ ଧରିବାରେ ଅସମର୍ଥ ହେବା ସହ ହୃଦୟ ଜନିତ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ମସ୍କୁଲାର ଡିଷ୍ଟ୍ରୋଫି କ’ଣ? ମସ୍କୁଲାର ଡିଷ୍ଟ୍ରୋଫିକୁ କିପରି ଚିହ୍ନିବେ? ଆସନ୍ତୁ, ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱାଗତ ମହାନ୍ତିଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।