ମୂର୍ଚ୍ଛା ବା ଫିଟ୍ସ ମାରେ କାହିଁକି? | Dr Subhransu Sekhar Jena on Epilepsy (Fits) in Odia | Seizures
About this video
ମୂର୍ଚ୍ଛାରୋଗ ବା ଫିଟ୍ସ ମାରିବା ଏକ ମସ୍ତିଷ୍କଜନିତ ରୋଗ। ଏହାର ସଫଳ ଚିକିତ୍ସା ରହିଛି। ଆମ ମସ୍ତିଷ୍କର କୋଷିକାଗୁଡ଼ିକ ଏକ ପ୍ରକାରର ଇଲେକ୍ଟ୍ରିକ୍ କରେଣ୍ଟ ଜରିଆରେ କାମ କରନ୍ତି। ଏହି କରେଣ୍ଟ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ମସ୍ତିଷ୍କରେ ଏକ ପ୍ରକାରର ଝଡ଼ ସୃଷ୍ଟି ହୁଏ। ଫଳରେ ବ୍ୟକ୍ତିଜଣକ ଥରି ଥରି ତଳେ ପଡ଼ିଯାଏ। ଏହାକୁ ଫିଟ୍ସ ମାରିବା ବୋଲି କୁହାଯାଏ। ତେବେ କାହିଁକି ଫିଟ୍ସ ମାରେ? ବିଶିଷ୍ଟ ମସ୍ତିଷ୍କରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।