କିଡ୍ନିକୁ ରଖନ୍ତୁ ସୁସ୍ଥ | How to Keep Your Kidney Healthy? in Odia
Swasthya Plus Network9 March 202310:465.4K views
About this video
ପ୍ରତିବର୍ଷ ମାର୍ଚ୍ଚ ୯କୁ ବିଶ୍ୱ କିଡ୍ନି ଦିବସ ଭାବେ ପାଳନ କରାଯାଏ। ଏହି ବର୍ଷର ବିଷୟବସ୍ତୁ ରହିଛି ସମସ୍ତଙ୍କ ପାଇଁ କିଡ୍ନି ସ୍ଵାସ୍ଥ୍ୟ। କିଡ୍ନି ବା ବୃକକ୍ ମଣିଷ ଶରୀରରେ ଫିଲଟର ଭଳି କାମ କରେ। ଶରୀରର ବର୍ଜବସ୍ତୁ ରକ୍ତରୁ ଛାଣି ପରିସ୍ରା ଦ୍ଵାରା ବାହାର କରିଥାଏ। ଏପରିକି ଶରୀରରେ ପାଣିର ମାତ୍ରାକୁ କିଡ୍ନି ନିୟନ୍ତ୍ରଣ କରିଥାଏ। ଏହା ଆମ ଶରୀରରେ ଅହରହ କାମ କରିଥାଏ। ତେଣୁ କିଡ୍ନିକୁ ସୁସ୍ଥ ରଖିବା ନିହାତି ଜରୁରୀ। ବିଶ୍ୱ କିଡ୍ନି ଦିବସରେ ଆସନ୍ତୁ ଜାଣିବା କିଡ୍ନିକୁ କିପରି ସୁସ୍ଥ ରଖିବା ଓ ବିଭିନ୍ନ କିଡ୍ନି ଜନିତ ସମସ୍ୟାରୁ ଏହାକୁ କିପରି ରକ୍ଷା କରିବା।