ଆଣ୍ଠୁ ଗଣ୍ଠି ବ୍ୟଥା ହେଉଛି କି? | Knee Pain at Young Age: Causes & Treatment, in Odia | Dr Dibya Singha
About this video
ବୟସ ବଢିବା ସହ ଆଣ୍ଠୁଗଣ୍ଠି ବ୍ୟଥା ଦୈନନ୍ଦିନ ଜୀବନରେ ଏକ ସାଧାରଣ କଥା। କିନ୍ତୁ ବର୍ତ୍ତମାନ ଯୁବାବସ୍ଥାରୁ ହିଁ ଆଣ୍ଠୁଗଣ୍ଠି ବ୍ୟଥା ଏକ ଜଟିଳ ସମସ୍ୟା ପାଲଟିଲାଣି। ଖାଦ୍ୟପେୟରେ ଅନିୟମିତତା ଏବଂ ପରିବର୍ତ୍ତିତ ଜୀବନଶୈଳୀ ଏହାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଛି। ସଠିକ୍ ସମୟରେ ଏଥି ପ୍ରତି ଦୃଷ୍ଟି ଦେଇ ଚିକିତ୍ସା କରାଇଲେ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ଏଡ଼ାଇ ଦେଇପାରିବେ। ଯୁବାବସ୍ଥାରେ ଦେଖା ଦେଉଥିବା ଆଣ୍ଠୁଗଣ୍ଠି ସମସ୍ୟାରୁ କିପରି ମୁକ୍ତି ପାଇବେ? ଆଣ୍ଠୁଗଣ୍ଠି ସମସ୍ୟା ପାଇଁ କ’ଣ ରହିଛି ଚିକିତ୍ସା? ଆସନ୍ତୁ, ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦିବ୍ୟ ସିଂହଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।