କାହିଁକି ହୁଏ ଫ୍ୟାଟି ଲିଭର? | Dr Sushant Kumar Sethi on Fatty Liver | Causes, Treatment & Prevention

Dr Sushant Kumar Sethi6 November 202010:22134K views

About this video

ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଶାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ। କୌଣସି କାରଣରୁ ଯକୃତର କୋଷଗୁଡ଼ିକରେ ଚର୍ବି ଜମାଟ ବାନ୍ଧିଲେ, ଏହା ସଠିକ୍ ଭାବେ କାର୍ଯ୍ୟ କରିପାରେ ନାହିଁ। ଏହି ସମସ୍ୟା ବା ରୋଗକୁ ଫ୍ୟାଟି ଲିଭର ବୋଲି କୁହାଯାଏ। ତେବେ ଯକୃତର କାହିଁକି ଚର୍ବି ଜମାଟ ବନ୍ଧେ? ଫ୍ୟାଟି ଲିଭରକୁ କେମିତି ରୋକିପାରିବା? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସୁଶାନ୍ତ କୁମାର ସେଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।