ୠତୁସ୍ରାବକୁ ନେଇ ଅନ୍ଧବିଶ୍ୱାସ ରହିଛି - Need to bust superstition around Menstrual cycles | Archita Sahu

Archita Sahu28 May 20204:27644 views

About this video

ଲକ୍‌ଡାଉନ୍‌ ବେଳେ କୋଭିଡ୍‌ ହିରୋମାନଙ୍କ ବିଷୟରେ ଲୋକମାନଙ୍କୁ ଜଣାଇବା ପାଇଁ ଅଗ୍ରଣୀ ନ୍ୟୁଜ ପୋର୍ଟାଲ ଓଡ଼ିଶାଲାଇଭ୍‌ ଏବଂ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ଜୀବନଶୈଳୀ ପ୍ଲାଟଫର୍ମ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଉଦ୍ୟମରେ ଏକ ଅଭିଯାନ ଆରମ୍ଭ ହୋଇଛି। ଏହାର ନାଁ ରହିଛି ‘କେତେ ନୂଆ ବାଟ’। ଏହି କ୍ୟାମ୍ପେନକୁ ସହଯୋଗ କରୁଛନ୍ତି ‘ୟୁନିସେଫ୍‌’। ଆଜି ବିଶ୍ୱ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ସେ ୠତୁସ୍ରାବ ସ୍ୱଚ୍ଛତା ଦିବସ ଉପରେ ମହିଳା ଓ କିଶୋରୀମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।