ବିନା କାରଣରେ ଅତ୍ୟଧିକ ସନ୍ଦେହ କାହିଁକି ଆସେ? | Delusion in Odia | Types & Symptoms | Dr Subhankar Swain
About this video
ସମ୍ପର୍କ ଭାଙ୍ଗିବାର ପ୍ରଥମ କାରଣ ହେଉଛି ସନ୍ଦେହ। ମଣିଷ ମନରେ ସନ୍ଦେହ ଥରେ ଘରେ କରି ଗଲେ, ତାହା ଦୂରେଇବା କଷ୍ଟକର ହୋଇପଡ଼େ। ପାରିବାରିକ ଜୀବନ ହେଉ, ସାଙ୍ଗସାଥୀ, ସ୍ଵାମୀ ସ୍ତ୍ରୀ କିମ୍ବା ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ଥରେ ସନ୍ଦେହ ସୃଷ୍ଟି ହେଲେ ତାହା ସବୁ ସମ୍ପର୍କକୁ ଚୂନା କରିଦିଏ। କିନ୍ତୁ ସନ୍ଦେହ ଯେତେବେଳେ ବିନା କାରଣରେ ସୃଷ୍ଟି ହୁଏ, ତେବେ ତାହା ମାନସିକ ରୋଗର ଲକ୍ଷଣ ହୋଇଥାଏ। ଆସନ୍ତୁ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଙ୍କର ସ୍ୱାଇଁ କ’ଣ ଏନେଇ କହୁଛନ୍ତି, ଅଧିକ ଜାଣିବା।