ଖାଇବାକୁ ନେଇ ବିକୃତି ଏକ ମାନସିକ ରୋଗ | Dr Amrit Pattojoshi on Causes & Treatment of Eating Disorder

Dr Amrit Pattojoshi9 October 202011:216.2K views

About this video

ଖାଦ୍ୟ ଖାଇବାରେ ଏକ ପ୍ରକାର ବିକୃତିକୁ ଆମେ ଇଟିଂ ଡିସଅର୍ଡର କହିଥାଉ। ଏହା ଏକ ମାନସିକ ସମସ୍ୟା। ଯଦି କୌଣସି ବ୍ୟକ୍ତି ମୋଟା ହୋଇଯିବା ଭୟରେ ଖାଦ୍ୟ ଖାଉନି ଏବଂ ବ୍ୟକ୍ତିର ଉଚ୍ଚତା ଅନୁସାରେ ଓଜନ ବହୁତ କମ ରହୁଛି, ତେବେ ଏହା ଏକ ମାନସିକ ସମସ୍ୟା ହୋଇପାରେ। ସେହିପରି କିଛି ବ୍ୟକ୍ତି ଭୋକ ଲାଗୁନଥିବା ସତ୍ତ୍ୱେ ବାରମ୍ବାର ଖାଦ୍ୟ ଖାଉଥା’ନ୍ତି। ଚାହିଁଲେ ମଧ୍ୟ ଏହାକୁ ରୋକି ପାରିନଥାନ୍ତି। ଫଳରେ ସେମାନଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏହା ମଧ୍ୟ ଏକ ପ୍ରକାରର ଇଟିଂ ଡିସଅର୍ଡର। ତେବେ ଇଟିଂ ଡିସଅର୍ଡର ହେବାର କାରଣ କ’ଣ? ଏହାର ନିରାକରଣ ଏବଂ ଚିକିତ୍ସାକୁ ନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।