ଅଷ୍ଟିଓପୋରୋସିସ୍ - ବୟସ ବଢ଼ିଲେ ହାଡ଼ ଦୁର୍ବଳତା | Causes of Osteoporosis in Odia | Dr Sambit Das
About this video
ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହେବା ଯୋଗୁଁ ଏହା ଫମ୍ପା ହୋଇଯାଏ। ଫଳରେ ହାଡ଼ଗୁଡ଼ିକରେ ଆଉ ପୂର୍ବ ଭଳି ଶକ୍ତି ରହେ ନାହିଁ। ଛୋଟ ଆଘାତ ଲାଗିଲେ କିମ୍ବା ପଡ଼ିଗଲେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଷ୍ଟିଓପୋରୋସିସ୍ ସମସ୍ୟା ଅଧିକ ଦେଖାଦିଏ। କାହିଁକି ହୋଇଥାଏ ଅଷ୍ଟିଓପୋରୋସିସ୍? ଏହାର ଚିକିତ୍ସା କ’ଣ ରହିଛି? ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସମ୍ବିତ୍ ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।