ହାର୍ଟକୁ ସୁସ୍ଥ କେମିତି ରଖିବେ? | How to keep your Heart Healthy? in Odia | ସୁସ୍ଥ ହୃଦୟ | Heart 360

About this video

ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ହୃଦରୋଗ ଭଳି ଦୂରାରୋଗ୍ୟ ରୋଗ ଦେଖା ଦେଇଥାଏ। କିନ୍ତୁ ଆଧୁନିକ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ଏବେ ଯୁବାବସ୍ଥାରେ ହୃଦଘାତର ଅନେକ ଘଟଣା ସାମ୍ନାକୁ ଆସୁଛି। ତେଣୁ ହାର୍ଟ ବା ହୃଦୟକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ। ସୁସ୍ଥ ହାର୍ଟ ପାଇଁ ସୁସ୍ଥ ଜୀବନଶୈଳୀ, ସୁଷମ ଖାଦ୍ୟ ଏବଂ ଦୈନନ୍ଦିନ ବ୍ୟାୟାମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ, ଏହି ଭିଡିଓ ମାଧ୍ୟମରେ ଜାଣିବା ସୁସ୍ଥ ହୃଦୟକୁ ନେଇ ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନ ଓ ଏହାର ଉତ୍ତର।