ଟିବିର ଚିକିତ୍ସା ସମ୍ଭବ | Tuberculosis (TB) in Odia | Prof Dr Srikant Kumar Dhar
About this video
ମାର୍ଚ୍ଚ ୨୪, ବିଶ୍ୱ ଯକ୍ଷ୍ମା ଦିବସ। ଯକ୍ଷ୍ମା ବିଷୟରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଯକ୍ଷ୍ମା ଏକ ସଂକ୍ରାମକ ରୋଗ। ଯକ୍ଷ୍ମା କେବଳ ଫୁସ୍ଫୁସ୍କୁ ପ୍ରଭାବିତ କରେ ତାହା ନୁହେଁ, ଏହା ମସ୍ତିଷ୍କ, ହାଡ଼, ଗଣ୍ଠି, ଚର୍ମ ଭଳି ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ଯକ୍ଷ୍ମାର ଚିକିତ୍ସା ନ କଲେ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରେ। ତେବେ ଯକ୍ଷ୍ମା ବା ଟିବି ରୋଗର କାରଣ କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।