ସ୍ତନ କର୍କଟକୁ ଚିହ୍ନିବେ କେମିତି? | Dr Arya Kumar Banidutta on Breast Cancer in Odia | Breast Self Exam
About this video
ମହିଳାମାନଙ୍କଠାରେ ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସର ଏକ ଜଟିଳ ରୋଗ। ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇ ଟ୍ୟୁମରର ରୂପ ନିଏ। ପରେ ଏହି ଟ୍ୟୁମର କ୍ୟାନସର ବା କର୍କଟ ରୋଗର ରୂପ ନେଇଥାଏ। ଯଦି ପ୍ରାଥମିକ ଅବସ୍ଥାରୁ ସ୍ତନ କର୍କଟ ଚିହ୍ନଟ କରିପାରିବେ, ତେବେ ଜୀବନ ବଞ୍ଚିଯାଇପାରେ। ତେବେ କ୍ୟାନସରକୁ ପ୍ରଥମ ଷ୍ଟେଜରୁ କେମିତି ଚିହ୍ନିବେ? ବିଶିଷ୍ଟ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ଆର୍ଯ୍ୟ କୁମାର ବାଣୀଦତ୍ତଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।