ଫ୍ୟାଟି ଲିଭର କେମିତି ରୋକିବେ? | Fatty Liver in Odia | Causes & Prevention | Dr Rakesh Kumar Barik
About this video
ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଶାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ। କୌଣସି କାରଣରୁ ଯକୃତର କୋଷଗୁଡ଼ିକରେ ଚର୍ବି ଜମାଟ ବାନ୍ଧିଲେ, ଏହା ସଠିକ୍ ଭାବେ କାର୍ଯ୍ୟ କରିପାରେ ନାହିଁ। ଏହି ସମସ୍ୟା ବା ରୋଗକୁ ଫ୍ୟାଟି ଲିଭର ବୋଲି କୁହାଯାଏ। ଆସନ୍ତୁ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ରାକେଶ କୁମାର ବାରିକଙ୍କଠାରୁ ଫ୍ୟାଟି ଲିଭରର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।