କାହିଁକି ହୁଏ କିଡନି ଷ୍ଟୋନ୍? ଜାଣନ୍ତୁ କାରଣ ଓ ନିରାକରଣ | Dr Deba Prasad Kar on Kidney Stone in Odia
About this video
ଆମ ଶରୀରରେ ରକ୍ତରୁ ଅଦରକାରୀ ପଦାର୍ଥ ଅଲଗା କରି ପରିସ୍ରା ଆକାରରେ ବାହାରକୁ ଛାଡ଼ିବା କିଡନିର ମୁଖ୍ୟ କାର୍ଯ୍ୟ। ଅନେକ ସମୟରେ କିଡନି ମଧ୍ୟରେ ବିଭିନ୍ନ ପଦାର୍ଥ ଜମା ହୋଇ ଛୋଟ ଛୋଟ ପଥର ଆକାର ନେଇଥାଏ। ଏହି ପଦାର୍ଥଗୁଡ଼ିକ ଧିରେ ଧିରେ ଜମା ହୋଇ ଶେଷରେ କିଡନିର ରାସ୍ତାକୁ ଅବରୋଧ କରିଥାଏ। ଏହାକୁ କିଡନି ଷ୍ଟୋନ୍ କୁହାଯାଏ। କାହିଁକି ହୁଏ କିଡନି ଷ୍ଟୋନ୍? କିଡନି ଷ୍ଟୋନ ହେଲେ ଜାଣିବା କେମିତି? କେମିତି ହୁଏ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ଡାକ୍ତର ଦେବ ପ୍ରସାଦ କର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।