ପିରିୟଡ୍ ବେଳେ କିପରି ରହିବେ ପରିଷ୍କାର? | Hygiene during Periods in Odia | Dr Lipika Moharana

Dr Lipika Moharana28 May 20226:517.8K views

About this video

ପ୍ରତିବର୍ଷ ମେ’୨୮ରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ଏହି ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ ହେଉଛି। ଋତୁସ୍ରାବକୁ ନେଇ ଆଜି ବି ଲୋକମାନଙ୍କ ମନରେ ସଙ୍କୋଚ ଭାବ ରହିଛି। ଏହା ମହିଳାଙ୍କ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ଏଥିପାଇଁ ଆମ ଚିନ୍ତାଧାରାକୁ ବଦଳାଇବା ହେବ ଏବଂ ସେଚେତନତା ସୃଷ୍ଟି କରିବାକୁ ପଡ଼ିବ। ମାସିକ ୠତୁସ୍ରାବ ପ୍ରତ୍ୟେକ ମହିଳା ପାଇଁ ଏକ କଠିନ ସମୟ। ଏହି ସମୟରେ ଶରୀରରୁ ଅଶୁଦ୍ଧ ରକ୍ତସ୍ରାବ ହୋଇଥାଏ। ତେଣୁ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ସଠିକ୍ ଖାଦ୍ୟ ସେବନ କରିବା ନିହାତି ଜରୁରୀ। ନଚେତ୍ ଏହା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ହୋଇପାରେ ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣାଙ୍କଠାରୁ ଋତୁସ୍ରାବ ଓ ଏହାର ପରିଚ୍ଛନତାର ଗୁରୁତ୍ୱ ବିଷୟରେ ଅଧିକ ଜାଣିବା। World Menstrual Hygiene Day is celebrated on May 28 all over the world every year to create awareness about menstruation, provide safe and hygienic practices to girls, and burst the bubble of taboo. Menstruation can be a difficult time for many, as the body bleeds profusely. So it is important to keep yourself clean and eat the right food to stay healthy during every cycle. Let's learn more about menstrual hygiene from Dr Lipika Moharana, Gynaecologist.