କେମିତି ଚିହ୍ନିବେ ଫୁସ୍ଫୁସ୍ କର୍କଟ? | Dr Sanjib Kumar Mishra on Symptoms & Treatment of Lung Cancer
About this video
ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ। ଆମର ଫୁସଫୁସରେ କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଲେ ତାହା ଏକ ଟ୍ୟୁମରର ରୂପ ନେଇଥାଏ। ସେହି ଟ୍ୟୁମର ପରବର୍ତ୍ତୀ ସମୟରେ କର୍କଟର କାରଣ ପାଲଟେ। ତେବେ କାହିଁକି ହୁଏ ଫୁସଫୁସ୍ କର୍କଟ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।