ସ୍ନାୟୁ ରୋଗ ନ୍ୟୁରୋପାଥୀ – କାରଣ ଓ ଚିକିତ୍ସା | Dr Subhrasnu Sekhar Jena on Neuropathy in Odia

Dr Subhrasnu Sekhar Jena2 November 202011:0275K views

About this video

ଆମ ଶରୀରରେ ଥିବା ସ୍ନାୟୁ ମଣ୍ଡଳ ବା ନର୍ଭସ ସିଷ୍ଟମ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ। ଶରୀରରେ କୌଣସି ଅଙ୍ଗରେ କିଛି ବି ଘଟଣା ଘଟିଲେ ସ୍ନାୟୁ ମାଧ୍ୟମରେ ଏକ ସିଗନାଲ ମସ୍ତିଷ୍କକୁ ଯାଇଥାଏ। ଏହା ପରେ ଆମେ ଏହି ବିଷୟରେ ଜାଣି ପାରିଥାଉ। ଏହି ସ୍ନାୟୁରେ କୌଣସି ସମସ୍ୟା କିମ୍ବା ରୋଗ ହେଲେ, ଏହାକୁ ନ୍ୟୁରୋପାଥୀ ବୋଲି କୁହାଯାଏ। ତେବେ ନ୍ୟୁରୋପାଥୀ ହେବାର କାରଣ ସବୁ କ’ଣ? ଏହି ରୋଗ ହେଲେ ଶରୀରରେ କ’ଣ ସମସ୍ୟା ଦେଖାଯାଏ? ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା।