ପାଣିରୁ ଉଦ୍ଧାର ପରେ ଆଶୁ ଚିକିତ୍ସା କେମିତି ଦେବେ?| Drowning First Aid in Odia | Prof Dr Srikant Kumar Dhar
About this video
ପାଣିରେ ବୁଡ଼ିବା ଘଟଣା ମୁହୂର୍ତ୍ତକରେ ଘଟିଥାଏ। ଅନେକ ସମୟରେ ପାଣିରେ ବୁଡ଼ୁଥିବା ବ୍ୟକ୍ତି ନିଜେ ମଧ୍ୟ ଏ ବିଷୟରେ ଜାଣିବା ବେଳକୁ ବହୁତ ଡେରି ହୋଇଯାଇଥାଏ।ଲୋକଙ୍କ ମଧ୍ୟରେ ଏ ବିଷୟରେ ସଚେତନତା ସୃଷ୍ଟି କରି ଏହିଭଳି ଅଘଟଣକୁ କମ କରାଯାଇପାରିବ। ଏହା ସହ ପାଣିରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ଫାଷ୍ଟ-ଏଡ ଦେଇ ସେମାନଙ୍କ ଜୀବନ ବଞ୍ଚାଇ ହେବ। ପାଣିରୁ ଉଦ୍ଧାର ପରେ ବ୍ୟକ୍ତିଙ୍କୁ ପ୍ରାଥମିକ ଉପଚାର କେମିତି ଦିଆଯିବ? ଆସନ୍ତୁ, ଏ ବିଷୟରେ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା।