କେମିତି ଚିହ୍ନିବା ସ୍ତନ କର୍କଟ? ଜାଣନ୍ତୁ କାରଣ ଓ ଚିକିତ୍ସା | Dr Sanjib Kumar Mishra on Breast Cancer
About this video
ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ। ମହିଳାଙ୍କଠାରେ ସବୁଠୁ ଅଧିକା ଦେଖାଯାଉଥିବା ରୋଗ ମଧ୍ୟରେ ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନସର ଅନ୍ୟତମ। ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି ହୋଇଥାଏ, ଯାହାକୁ କର୍କଟ କୋଷ ବା କ୍ୟାନସର ସେଲ୍ କୁହାଯାଏ। ପ୍ରାରମ୍ଭିକ ଅବସ୍ଥାରୁ ସ୍ତନ କର୍କଟ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ। ତେବେ ସ୍ତନ କର୍କଟ ହେବାର କାରଣ କ'ଣ? ପ୍ରାରମ୍ଭିକ ଅବସ୍ଥାରୁ ଏହାକୁ ଚିହ୍ନିବା କେମିତି? ଆସନ୍ତୁ ଜାଣିବା ଏନେଇ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ'ଣ କହୁଛନ୍ତି,