ପିରିୟଡ୍ସକୁ ନେଇ ଥିବା ଅନ୍ଧବିଶ୍ୱାସ | Let's Break the Taboo of Periods, in Odia | Dr Swapnita Hota
About this video
ଋତୁସ୍ରାବକୁ ନେଇ ଅନେକ କୁପ୍ରଥା ଚାଲିଆସିଛି, ଯେପରିକି ଏହି ସମୟରେ ପୂଜା ଘରେ ପ୍ରବେଶ କରିବେ ନାହିଁ, ରୋଷେଇ ଘରକୁ ଯିବେ ନାହିଁ, ଗାଧୋଇବେ ନାହିଁ, ଏସବୁ କୁପ୍ରଥା ତାଙ୍କ ଉପରେ ଲଦି ଦିଆଯାଉଛି। ଏହା କେତେ ଦୂର ସତ? ଆସନ୍ତୁ ସେ ବିଷୟରେ ଡାକ୍ତର ସ୍ୱପ୍ନିତା ହୋତାଙ୍କଠାରୁ, ଅଧିକ ଜାଣିବା। ପିରିୟଡ୍ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍। Menstruation is often considered a private matter, shrouded in secrecy, leading to feelings of shame and embarrassment. Women may be excluded from religious activities, prohibited from entering temples or handling sacred objects. Addressing these taboos is crucial for fostering understanding and equity. Let's know more from Dr Swapnita Hota, a Gynaecologist. World Menstrual Hygiene Day, observed on May 28th annually, aims to raise awareness about maintaining hygiene during periods, highlighting periods related health issues, and dispelling myths and superstitions. This year's theme is Together for a #PeriodFriendlyWorld. On this occasion, IFI Foundation has launched a 10-days comprehensive digital media awareness campaign #LetsTalkPeriods in association with OdishaLIVE and Swasthya Plus Network. Join with us in the series of digital activities to observe the World Menstrual Hygiene Day 2024, marked globally on May 28 every year.