ଶୀତଦିନେ ଥଣ୍ଡା, ଜ୍ୱର: କେମିତି ରୋକିବା? | Winter Cold & Cough: How to Treat? in Odia | Dr S Saidarshini
About this video
ସାଧାରଣତଃ ଶୀତ ଦିନ ଆସିଲେ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ। ବଦଳୁଥିବା ପାଣିପାଗ ହେତୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଯାହା ଫଳରେ ପିଲାଠୁ ବୟସ୍କ ସଭିଙ୍କଠାରେ ଥଣ୍ଡା,କାଶ,ଛିଙ୍କ ଏବଂ ଭାଇରାଲ ଜ୍ୱର ଆଦି ଦୀର୍ଘ ଦିନ ଧରି ଲାଗିରହେ। ତେଣୁ ନିଜ ସହିତ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଶୀତବସ୍ତ୍ର ବ୍ୟତୀତ ଖାଦ୍ୟ ପାନୀୟ ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଶୀତ ଦିନେ ଛୋଟ ପିଲା ଓ ବୟସ୍କଙ୍କର ଯତ୍ନ କିପରି ନେବେ? ଶୀତ ଦିନେ ଥଣ୍ଡା-ଜ୍ୱରରୁ କିପରି ମୁକ୍ତି ପାଇବେ? ଆସନ୍ତୁ, ଡାକ୍ତର ଏସ୍ ସାଇଦର୍ଶିନୀଙ୍କ ଠାରୁ ଏହି ବିଷୟରେ ଅଧିକ ଜାଣିବା ।