ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଡାଏଟ୍ | Healthy Eating and Diet Tips for Women in Odia | Yasmin Habib
About this video
ସୁସ୍ଥ ରହିବା ପାଇଁ ଜଣେ ମହିଳା ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଅଧିକାଂଶ ସମୟରେ ମହିଳା କାର୍ଯ୍ୟବ୍ୟସ୍ତତା ଯୋଗୁଁ ସଠିକ ସମୟରେ ଖାଇପାରନ୍ତି ନାହିଁ ବା ଉଚିତ ପୋଷଣ ଖାଦ୍ୟରେ ସାମିଲ କରିପାରନ୍ତି ନାହିଁ। ଫଳରେ ମହିଳାଙ୍କଠାରେ ରକ୍ତହୀନତା, କ୍ୟାଲସିୟମ୍ ଅଭାବ ଭଳି ସମସ୍ୟା ଦେଖାଦେଇଥାଏ। ମହିଳାମାନେ ସୁସ୍ଥ ରହିବା ପାଇଁ କ’ଣ ଖାଇବା ଦରକାର, ଆସନ୍ତୁ ଏ ବିଷୟରେ ଡାଏଟିସିଆନ୍ ଯସ୍ମିନ୍ ହବିବ୍ଙ୍କଠାରୁ ଜାଣିବା। ସୁସ୍ଥ ରହିବା ପାଇଁ ମହିଳାଙ୍କ ଖାଦ୍ୟପେୟ କେମିତି ହେବା ଦରକାର? ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଓ ଓଡ଼ିଶାଲାଇଭ୍ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୭ରୁ ୯ ପର୍ଯ୍ୟନ୍ତ ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମହିଳାଙ୍କ ଜୀବନର ସମସ୍ତ ପର୍ଯ୍ୟାୟରେ ହେଉଥିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। A nutritious diet is crucial for women's well-being, providing essential vitamins and minerals vital for energy, bone health, and reproductive functions. On this women's day let's know more about Healthy Eating & Dietary tips for Women from Yasmin Habib, a Dietician. Healthy Eating & Diet tips for Women IFI Foundation collaborates with Swasthya Plus Network, and OdishaLIVE present a special "Women's Health" awareness program from March 7-9, 2024. Empower yourself with discussions on holistic well-being, knowledge-sharing, and community building. Let's prioritize and champion women's mental & physical health together!