Short

ଡାଏବେଟିସ୍‌କୁ ଜାଣନ୍ତୁ ଓ ଜିଣନ୍ତୁ | Prof Dr Srikant Kumar Dhar | Diabetes 360

Dr Srikant Kumar Dhar13 November 20220:5063K viewsOdia

About this short

ବିଶ୍ୱ ମଧୁମେହ ଦିବସରେ ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ - ‘ଡାଏବେଟିସ୍ ୩୬୦’ ‘ସମ୍ପୂର୍ଣ୍ଣ ମଧୁମେହ ପରିଚାଳନା’ ଲାଗି ବିଶେଷ ସଚେତନତା କାର୍ଯ୍ୟକ୍ରମ ୨୦୨୨ ନଭେମ୍ବର ୧୪ ତାରିଖ (ସୋମବାର) ବିଶ୍ୱ ମଧୁମେହ ଦିବସ। ଏହି ଅବସରରେ ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ମିଳିତ ସହଯୋଗରେ ଏକ ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ ‘ଡାଏବେଟିସ୍ ୩୬୦’ ପ୍ରସାରଣ କରାଯାଉଛି। ‘ଡାଏବେଟିସ୍ ୩୬୦’ ଅଭିଯାନ ଅଧୀନରେ ଏକ ସ୍ୱତନ୍ତ୍ର ଭିଡିଓ କାର୍ଯ୍ୟକ୍ରମ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ନ୍ୟୁଜ ଚ୍ୟାନେଲ ‘ଓଡ଼ିଶାଲାଇଭ’ର ୟୁଟ୍ୟୁବ ଏବଂ ଫେସବୁକ ଚ୍ୟାନେଲରେ ସୋମବାର ସକାଳ ୭ଟାରେ ପ୍ରସାରଣ କରାଯିବ। ସେହିପରି ଭାରତର ଅଗ୍ରଣୀ ବହୁଭାଷୀ ସ୍ୱାସ୍ଥ୍ୟଭିତ୍ତିକ ଚ୍ୟାନେଲ ‘ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆ’ର ୟୁଟ୍ୟୁବ ଏବଂ ଫେସବୁକ ପେଜରେ ସେହିଦିନ ୨ଟା ବେଳେ ଏହି ଭିଡିଓର ପ୍ରସାରଣ କରାଯିବ। ମଧୁମେହ ରୋଗର ପ୍ରଭାବୀ ଢଙ୍ଗରେ ମୁକାବିଲା ଲାଗି ରୋଗୀମାନଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ମଧୁମେହ ସମୟରେ ଉପଯୁକ୍ତ ଡାକ୍ତରୀ ଚିକିତ୍ସା, ଖାଦ୍ୟ, ଯୋଗ ଓ ବ୍ୟାୟାମ ସହିତ ଦାନ୍ତ, ତ୍ୱଚା ଏବଂ ଚକ୍ଷୁର ସଠିକ ଯତ୍ନ ବିଷୟରେ ଆବଶ୍ୟକ ପରାମର୍ଶ ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ସମ୍ପୂର୍ଣ୍ଣ ମଧୁମେହ ପରିଚାଳନା’ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହି କାର୍ଯ୍ୟକ୍ରମକୁ ମଧୁମେହ ପୀଡ଼ିତ ରୋଗୀ, ସେମାନଙ୍କ ପରିବାର ତଥା ସାଧାରଣ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ କରିବା ଲାଗି ଓଡ଼ିଶାଲାଇଭ ଓ ସ୍ୱାସ୍ଥ୍ୟପ୍ଲସ୍ ଉଭୟ ପ୍ଲାଟଫର୍ମର ବିଭିନ୍ନ ସୋସିଆଲ ମିଡିଆ ପେଜରେ ପୋଲ୍ ଏବଂ ସର୍ଟ ଭିଡିଓ ଆଦି ପୋଷ୍ଟ କରାଯିବ ବୋଲି ଅଭିଯାନର ଆବାହକ ତଥା ସ୍ୱାସ୍ଥ୍ୟପ୍ଲସର ସିଇଓ ସିଦ୍ଧାର୍ଥ ରଥ କହିଛନ୍ତି। ଏହି ମିଡିଆ କ୍ୟାମ୍ପେନର 'ପ୍ରାଇମ ପାର୍ଟନର' ରହିଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ସେହିପରି ଏହି ଅଭିଯାନରେ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ 'ଆଇ କେୟାର ପାର୍ଟନର' ଭାବେ ଯୋଡ଼ି ହୋଇଛି।