ଆସନ୍ତୁ ଜାଣିବା ଶୀତ ଋତୁରେ ଆପଣ କିପରି ନିଜ କେଶର ଯତ୍ନ ନେବେ।

hairfall

ମହିଳା ହୁଅନ୍ତୁ ବା ପୁରୁଷ, କେଶ ଝଡ଼ିବା ଏକ ବଡ଼ ସମସ୍ୟାରେ ପରିଣତ ହେଲାଣି। ବିଭିନ୍ନ କାରଣରୁ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଋତୁର ପରିବର୍ତ୍ତନ ଅନ୍ୟ ଏକ କାରଣ। ଖାସ୍‌ କରି ଶୀତଦିନେ କେଶ ଶୁଷ୍କ ଓ ରୁପି ହୋଇ କେଶ ନଷ୍ଟ ହୋଇ ଝଡ଼ିପଡ଼େ।

ଶୀତ ଋତୁରେ ସାମ୍ପୋ କରିବା ସମୟରେ କେଶକୁ ଗରମ ପାଣିରେ ଧୁଅନ୍ତୁ ନାହିଁ। ଗରମ ପାଣିରେ କେଶ ଧୋଇବା ଦ୍ୱାରା କେଶ ଶୁଷ୍କ ହୋଇ ଝଡ଼ିବାରେ ଲାଗିଥାଏ। ତେଣୁ ସାମ୍ପୋ କରିବା ସମୟରେ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ।

କେଶରେ ସିଧାସଳଖ ସାମ୍ପୋ ଲଗାନ୍ତୁ ନାହିଁ। ସାମ୍ପୋ ଲଗାଇବା ପୂର୍ବରୁ ସେଥିରେ ଅଳ୍ପ ପାଣି ମିଶାଇ କେଶରେ ଲଗାନ୍ତୁ।

କେଶରେ ଦୁଇଥର କେବେ ହେଲେ ସାମ୍ପୋ ଲଗାନ୍ତୁ ନାହିଁ। କେଶରେ ଅଧିକ ସାମ୍ପୋ ଲଗାଇଲେ ଏହା କେଶକୁ ଶୁଷ୍କ କରି ଦେଇଥାଏ।

କେଶରେ ସାମ୍ପୋ ଲଗାଇବା ପରେ କେଶକୁ ସିଧା ରଖି ଧୁଅନ୍ତୁ। ଫଳରେ କେଶ ଅଡ଼ୁଆ ହୋଇ ଝଡ଼ିବାର ଆଶଙ୍କା କମ୍‌ ଥାଏ। ରାତି ସମୟରେ କେଶ ନଧୋଇ ସବୁବେଳେ ସକାଳେ କେଶ ଧୋଇବାକୁ ଚେଷ୍ଟା କରନ୍ତୁ। ସକାଳେ କେଶ ଧୋଇବା ଦ୍ୱାରା କେଶକୁ ଶୁଖାଇବା ଆପଣଙ୍କୁ ସହଜ ହୋଇଥାଏ। ଫଳରେ କେଶ ଝଡ଼ିବା ଆଶଙ୍କା କମ୍‌ ଥାଏ।

ଅଧିକାଂଶ ଲୋକ ଶୀତଦିନରେ କେଶ ବେଶି ଥର ଧୁଅନ୍ତି ନାହିଁ। ଫଳରେ କେଶରେ ମଇଳା ଜମି ରୁପି ଓ ଅନ୍ୟାନ୍ୟ ସଂକ୍ରମଣ ହୋଇଥାଏ। ତେଣୁ କେଶକୁ ସପ୍ତାହକୁ ୩ଥର ନଖ ଉଷୁମ ପାଣିରେ ସଫା କରନ୍ତୁ।

ସପ୍ତାହରେ ଅନ୍ତତଃ ଥରେ ନଡ଼ିଆ ତେଲ କିମ୍ବା ବାଦାମ ତେଲକୁ ଉଷୁମ କରି ମୁଣ୍ଡରେ ମସାଜ୍‌ କରନ୍ତୁ। ଏହା ଦ୍ୱାରା ମୁଣ୍ଡରେ ରକ୍ତ ସଞ୍ଚାଳନ ହୋଇଥାଏ। ଏଥିସହ କେଶ ଛଡ଼ିବା ରୋକିବାରେ ଏହା ବିଶେଷ ସାହାଯ୍ୟ କରେ।

ଶୀତ ଋତୁରେ କେଶକୁ ଟ୍ରିମିଂ କରିବା ଏକ ଉଚିତ ପଦକ୍ଷେପ। ଥଣ୍ଡା ପବନରେ କେଶ ଶୁଖିଲା ପଡ଼ିଯାଇଥାଏ। ଏହା ଦ୍ୱାରା କେଶ ଝଡ଼ିବା ସହ ଦୋମୁହାଁ ହୋଇଯାଇଥାଏ। ତେଣୁ ସମୟ ବ୍ୟବଧାନରେ କେଶକୁ ଟ୍ରିମିଂ କରିବା ଦରକାର।