କାହିଁକି ହୋଇଥାଏ ଡିମେନ୍‌ସିଆ ରୋଗ? କେମିତି ନିଜ ସ୍ମୃତିଶକ୍ତି ବଢ଼ାଇପାରିବେ? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା

ଡିମେନ୍‌ସିଆ ହେଉଛି ଏକ ମାନସିକ ସମସ୍ୟା। ଡିମେନ୍‌ସିଆ ରୋଗୀ ସାଧରଣତଃ ଗୋଟିଏ ଜିନିଷକୁ ଭୁଲି ଯାଆନ୍ତି। ସେମାନଙ୍କ ମଧ୍ୟରେ ସ୍ମୃତି ଶକ୍ତି ହ୍ରାସ, ଭାବିବାରେ ଅସୁବିଧା, ସମାଧାନ ନହେବା ଏବଂ ଶବ୍ଦ ବାଛିବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ।

ଡିମେନସିଆ ରୋଗର ବିଭିନ୍ନ ଷ୍ଟେଜ୍ (Different stages of dementia in Odia)

ସ୍ମରଣଶକ୍ତି ହ୍ରାସ ହେବାର ପ୍ରଥମ ଷ୍ଟେଜ୍ ହେଉଛି ବ୍ୟକ୍ତିଙ୍କ ସ୍ମରଣଶକ୍ତି ହ୍ରାସ ପାଇ ନାହିଁ।

ଏହାପରେ ବ୍ୟକ୍ତି କିଛି କଥା ଧୀରେ ଧୀରେ ଭୁଲି ଯାଉଛନ୍ତି, ଯେପରିକି କେଉଁଠି ଚାବି, ପଇସା ବା କୌଣସି ଜିନିଷ ରଖିଦେଲେ। ଧୀରେ ଧୀରେ ବ୍ୟକ୍ତି ମଣିଷ ଭୁଲିବା ଆରମ୍ଭ କରନ୍ତି। ନିଜ ପ୍ରିୟଜନଙ୍କ ନାମ ଭୁଲିବା ଆରମ୍ଭ କରନ୍ତି।

ସିଭିୟର ଡିମେନ୍‌ସିଆରେ ବ୍ୟକ୍ତି ସବୁକିଛି ଭୁଲିବା ଆରମ୍ଭ କରନ୍ତି। ଯେପରିକି ବାଥ୍‌ରୁମ୍‌ରୁ ଗାଧୋଇ ଆସିବା ପରେ ଲୁଗା ନ ପିନ୍ଧି ବାହାରକୁ ଆସୁଛନ୍ତି। ବେଳେ ବେଳେ ଖାଇଥିବେ ହେଲେ ପୁଣି ଖାଇବାକୁ ମାଗନ୍ତି।

ଡିମେନସିଆର କାରଣ (Causes of dementia in Odia)

ଡିମେନ୍‌ସିଆ ବଂଶଗତ ହୋଇଥାଇପାରେ ବା ଅତ୍ୟଧିକ ମାନସିକ ଚାପ ଯୋଗୁଁ, ବୟସ ଅଧିକ ହେଲେ ବା ଅତ୍ୟଧିକ ନିଶା ସେବନ କଲେ ସ୍ମରଣଶକ୍ତି ହ୍ରାସ ପାଇବାର ଆଶଙ୍କା ଥାଏ।

ମସ୍ତିଷ୍କ ଭିତରେ ହିପୋକ୍ୟାମ୍ପସ୍‌ ନାମକ ଏକ ଜାଗା ଥାଏ, ଯେଉଁଥିରେ ସ୍ମରଣଶକ୍ତି ଥାଏ। ତା’ ଭିତରେ ପ୍ଲେକ୍‌ ହୋଇଗଲେ ବ୍ୟକ୍ତି ଭୁଲିବା ଆରମ୍ଭ କରେ।

memory loss

କେମିତି କରିବେ ପରୀକ୍ଷା? (How to test for Dementia in Odia)

ଆପଣ ନିଜେ ହିଁ ନିଜର ସ୍ମରଣ ଶକ୍ତି ପରୀକ୍ଷା କରିପାରିବେ। ଏଥିପାଇଁ ଆପଣ ବ୍ୟକ୍ତିଙ୍କୁ ସେମାନଙ୍କର ନାମ, ଆଜି କେଉଁ ବାର, କେଉଁ ମାସ, କେଉଁ ଜିଲ୍ଲାରେ ସେ ରହୁଛନ୍ତି ଏହା ପଚାରିପାରିବେ। ଧୀରେ ଧୀରେ ବ୍ୟକ୍ତିଙ୍କୁ ପୁରୁଣା କଥା ପଚାରିବେ। ଏଭଳି ଆପଣ ବ୍ୟକ୍ତିଙ୍କ ସ୍ମରଣଶକ୍ତି ପରୀକ୍ଷା କରିପାରିବେ। ଏହାଛଡ଼ା ସିଟିସ୍କାନ, ରକ୍ତପରୀକ୍ଷା କରାଯାଏ।

ଡିମେନସିଆର ଚିକିତ୍ସା (Treatment of dementia in Odia)

ଔଷଧ ଦେଇ ଡିମେନ୍‌ସିଆର ଚିକିତ୍ସା କରିବାକୁ ପଡ଼ିଥାଏ। ସବୁବେଳେ ପ୍ରାଥମିକ ଅବସ୍ଥାରୁ ଚିକିତ୍ସା କରିବା ଆବଶ୍ୟକ। ଯଦି ରାତିରେ ଶୋଉନାହାନ୍ତି, ପାଟିତୁଣ୍ଡ କରୁଛନ୍ତି, ସେନେଇ ମଧ୍ୟ ଔଷଧ ଦିଆଯାଏ।

ଡିମେନସିଆ ରୋଗୀଙ୍କ ପାଇଁ ପରିବାର ସଦସ୍ୟଙ୍କ କର୍ତ୍ତବ୍ୟ (Duties of family members for patients with dementia in Odia)

ଡିମେନ୍‌ସିଆ ରୋଗୀଙ୍କୁ ଅଳ୍ପ ବହଳିଆ ଖାଦ୍ୟ ଦେବେ, ସୂତା ଲୁଗାପଟା ପିନ୍ଧିବାକୁ ଦିଅନ୍ତୁ। ସେମାନଙ୍କୁ ସମୟ ଦିଅନ୍ତୁ। ବାପାମା’ଙ୍କୁ ପୁରୁଣା ଫଟୋ ଦେଖାନ୍ତୁ, ତାଙ୍କ ଉପରେ ରାଗନ୍ତୁ ନାହିଁ।

(ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ’ ସହିତ ଡାକ୍ତର ସମ୍ରାଟ କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on Memory Loss, in Odia language, is based on an extensive interview with Psychiatrist Dr Samrat Kar.