ସମଗ୍ର ବିଶ୍ୱରେ ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବ ଏକ ପ୍ରକାରର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ଆମେ ରକ୍ଷା ପାଇ ପାରିବା।

ଡାଏବେଟିସ୍‌ ରୋଗୀ ନିଜ ଖାଦ୍ୟପେୟରେ ସଞ୍ଜମତା ଆଣିବା ଦରକାର। ସେମାନେ କ’ଣ ଖାଇବେ, କେତେ ପରିମାଣରେ ଖାଇବେ ଓ କେତେବେଳେ ଖାଇବେ ଏନେଇ ଏକ ତାଲିକା ପ୍ରସ୍ତୁତ କରି ତାକୁ ପାଳନ କରିବା ଆବଶ୍ୟକ।

ମଣିଷ ତା’ର ପରିଶ୍ରମ ହିସାବରେ ଖାଦ୍ୟ ଖାଇବା ଜରୁରୀ। ଜଣେ ସୁସ୍ଥ ଲୋକ ଦିନକୁ ୧୪୦୦ରୁ ୧୬୦୦ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ଡାଏବେଟିସ୍‌ର ୮ଟି ଲକ୍ଷଣ, ଜାଣନ୍ତୁ କେମିତି ରହିବେ ସତର୍କ?

ଗୋଟିଏ ରୁଟିରୁ ପ୍ରାୟ ୧୦୦-୧୨୦ କ୍ୟାଲୋରି ମିଳିଥାଏ। ଯଦି ଜଣେ ବ୍ୟକ୍ତି ୪ଟି ରୁଟି ଖାଉଛି, ତେବେ ତାକୁ ୪୦୦ କ୍ୟାଲୋରି ମିଳିବ। ତେଣୁ, ଡାକ୍ତରଙ୍କୁ ପରାମର୍ଶ କରି ଡାଏଟ୍‌ ଚାର୍ଟ ପ୍ରସ୍ତୁତ କରନ୍ତୁ।

ଯେଉଁ ଡାଏବେଟିସ୍‌ ରୋଗୀମାନେ ଇନ୍‌ସୁଲିନ୍‌ ନେଉଛନ୍ତି, ସେମାନଙ୍କ ପାଇଁ ସ୍ଵତନ୍ତ୍ର ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଏ। କାରଣ ସେମାନେ ସଠିକ୍‌ ସମୟରେ ନ ଖାଇଲେ, ତାଙ୍କୁ ହାଇପୋଗ୍ଲାଇସେମିଆ ହୋଇଥାଏ।

ଖାଦ୍ୟକୁ ସଠିକ୍‌ ସମୟରେ, ଠିକ୍‌ ପରିମାଣରେ, ଉଚିତ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା ଦରକାର। ଯେଉଁ ଖାଦ୍ୟରେ ବେଶୀ କ୍ୟାଲୋରି ଅଛି, ତାକୁ କମ୍‌ ଖାଇବେ ଏବଂ ଯେଉଁ ଖାଦ୍ୟରେ କମ୍‌ କ୍ୟାଲୋରି ଅଛି, ତାକୁ ବେଶୀ ଖାଇବେ। ଯେପରିକି ଶାଗ, ବାଇଗଣ, କଞ୍ଚା କଦଳୀ, ବିନ୍ସ, ଜହ୍ନି, ଭେଣ୍ଡି, କାଙ୍କଡ଼ ଏସବୁ ଖାଦ୍ୟକୁ ଅଧିକ ମାତ୍ରାରେ ଖାଇପାରିବେ।

ଗୋଟେ ମିଠା, କଚୋଡ଼ିରେ ୫୦୦-୬୦୦ କ୍ୟାଲୋରି ଥାଏ। ଏଣୁ, ଏସବୁ ଜିନିଷକୁ ଖାଆନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ୪ ଫର୍ମୁଲା

ସବୁବେଳେ ଖାଦ୍ୟ ଶସ୍ତା କିନ୍ତୁ ସ୍ଵାସ୍ଥ୍ୟକର ହେବା ଦରକାର। ଓଡ଼ିଆ ଲୋକଙ୍କ ଖାଦ୍ୟ ଡାଏବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଭଲ। ଜାଣିରଖନ୍ତୁ, ଡାଏବେଟିସ୍‌ ହେବା ପରେ ଭାତର ମାତ୍ରା କମେଇଦେବା ଦରକାର। କାରଣ ଭାତ ଖାଇବା ଦ୍ଵାରା କ୍ୟାଲୋରି ବଢ଼ିଥାଏ ଓ ଶରୀରରେ ଶର୍କରା ମଧ୍ୟ ବଢ଼ିଥାଏ। ମୁଖ୍ୟତଃ ଆଳୁ, ମିଠା, ମହୁ, ଗୁଡ଼ ଆଦିକୁ ଖାଆନ୍ତୁ ନାହିଁ। ତେଣୁ ଆପଣ ଖାଉଥିବା ଖାଦ୍ୟ କେତେ କ୍ୟାଲୋରି ବିଶିଷ୍ଟ ତାହା ଜାଣି ଖାଇବା ଜରୁରୀ।

ଖାଦ୍ୟ ସବୁବେଳେ ଶସ୍ତା କିନ୍ତୁ ସ୍ୱାସ୍ଥ୍ୟକର ହେବା ଦରକାର। ଯାହା ଆପଣଙ୍କର ବାଡ଼ି ବଗିଚାରେ ମିଳୁଛି ତାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।

ଡାଏବେଟିସ୍‌ ରୋଗୀ ଭାତର ପରିମାଣ କମ୍‌ ଖାଇବା ଦରକାର। ମୁଖ୍ୟତଃ ଆଳୁ, ମିଠା, ମହୁ, ଗୁଡ଼ ଆଦିକୁ ବାରଣ କରିବେ।

ସାଧାରଣତଃ ଡାଏବେଟିସ୍‌ ରୋଗୀ ସବୁପ୍ରକାର ଫଳ ଖାଇପାରିବେ। ହେଲେ କଦଳୀକୁ କମ୍‌ ଖାଇବେ, କାରଣ ଏଥିରେ କ୍ୟାଲୋରି ଓ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ବହୁତ ଅଧିକ।  

ଆମ ରୋଷେଇରେ ତେଲର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଲୋକଙ୍କ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ହେଲେ ଜଣେ ବୟସ୍କ ଲୋକ ମାସକୁ ଅଧ ଲିଟର ତେଲ ଖାଇବା ଦରକାର। ଆପଣ ଚାହିଁଲେ ଅଲିଭ୍‌ ତେଲ, ସୂର୍ଯ୍ୟମୂଖୀ ତେଲ, ନଡ଼ିଆ ତେଲର ବ୍ୟବହାର କରିପାରିବା।