ଦେଶରେ ଦ୍ରୁତଗତିରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। କରୋନା ବିରୋଧୀ ଲଢ଼େଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ସାଜିଛି। ସବୁବେଳେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। 

  • ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଆଲକହଲଯୁକ୍ତ ସାବୁନ୍‌ରେ ଭଲ ଭାବରେ ଧୁଅନ୍ତୁ।
  • ମାସ୍କର କେଉଁ ପଟ ଭିତରକୁ ଓ କେଉଁ ପଟ ବାହାରକୁ ପିନ୍ଧିବେ ଜାଣି ରଖନ୍ତୁ।
  • ଏବେ ମାସ୍କକୁ ମୁହଁରେ ଲଗାନ୍ତୁ।
  • ନାକ ପାଖରେ ଥିବା ମେଟାଲକୁ ନାକ ସହ ଟାଇଟ୍‌ କରନ୍ତୁ।
  • ଏବେ ମାସ୍କକୁ ଭଲ ଭାବରେ ସାଇଜ୍‌ କରନ୍ତୁ, ଯେପରି ମାସ୍କ ଆପଣଙ୍କୁ ମୁହଁ ଓ ଥୋଡ଼ିକୁ ଘୋଡ଼ାଇ ରଖନ୍ତୁ। ଧ୍ୟାନ ଦିଅନ୍ତୁ, ଯେପରି ମାସ୍କ ଓ ମୁହଁ ଭିତରେ ଫାଙ୍କା ରହିବ ନାହିଁ।
  • ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ। ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ।
  • ମାସ୍କକୁ ଖୋଲିବା ବେଳେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍‌କୁ କାଢ଼ନ୍ତୁ, ପରେ ମାସ୍କକୁ ସମ୍ପୂର୍ଣ୍ଣ ଭାବେ କାଢ଼ନ୍ତୁ।
  • ତୁରନ୍ତ ଡଷ୍ଟବିନ୍‌ରେ ପକାନ୍ତୁ ଓ ଏହାକୁ ପୁଣିଥରେ ବ୍ୟବହାର କରନ୍ତୁ ନାହିଁ।
  • ଏହାପରେ ହାତକୁ ଆଲକହଲଯୁକ୍ତ ସାବୁନରେ ଧୁଅନ୍ତୁ।
  • ଗୋଟେ ମାସ୍କକୁ ଗୋଟେ ଥର ହିଁ ବ୍ୟବହାର କରିବେ।
  • ହାତକୁ ବାରମ୍ବାର ସାବୁନରେ ହିଁ ଧୁଅନ୍ତୁ। ଏହା ହିଁ ଆପଣଙ୍କୁ କୋଭିଡ୍‌ ୧୯ ଭୂତାଣୁରୁ ସୁରକ୍ଷିତ ରଖିପାରିବ।

ଅଧିକ ପଢ଼ନ୍ତୁ: ଘରେ ବାହାରେ ସବୁଠି ମାସ୍କ ପିନ୍ଧନ୍ତୁ

ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ଲହରରେ ଛୋଟପିଲା ଏବଂ ଯୁବପିଢ଼ି ଅଧିକ ପ୍ରଭାବିତ ହେଉଛନ୍ତି। ଏଥିସହ ବିଭିନ୍ନ ପ୍ରକାରର ନୂଆ ଷ୍ଟ୍ରେନ ମଧ୍ୟ ଚିହ୍ନଟ ହେଉଛି। ଦ୍ରୁତ କରୋନା ସଂକ୍ରମଣ ରୋକିବାର ଏକମାତ୍ର ମାଧ୍ୟମ ହେଉଛି ସଠିକ୍ ଭାବରେ ମାସ୍କ ପରିଧାନ କରିବା। ବାହାରକୁ ବାହାରିବା ସମୟରେ ସମସ୍ତେ ମୁହଁରେ ଡବଲ ମାସ୍କ ପିନ୍ଧିବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଉଛନ୍ତି। ଆସନ୍ତୁ ଜାଣିବା କେମିତି ପିନ୍ଧିବେ ଡବଲ ମାସ୍କ?

ପ୍ରଥମେ ଏକ ସର୍ଜିକାଲ ମାସ୍କକୁ ପିନ୍ଧନ୍ତୁ ସେହି ମାସ୍କର ଇଲାଷ୍ଟିକ୍‌ ରବରକୁ ମୋଡ଼ିକି କାନରେ ଲଗାନ୍ତୁ। ଏହା ପରେ ଏକ କପଡ଼ା ମାସ୍କକୁ ସାଧାରଣ ଭାବରେ ପିନ୍ଧନ୍ତୁ। ଏହିଭଳି କରିବା ଦ୍ୱାରା ଡ୍ରପଲେଟକୁ ବ୍ୟାପିବାରେ ଆମେ ଅଟକେଇ ପାରିବା। 

ମାସ୍କ ପିନ୍ଧିବା ବେଳେ ପାଟି ନାକ ଯେପରି ଘୋଡ଼ିହୁଏ, ସେନେଇ ସଜାଗ ହୁଅନ୍ତୁ।

ଶ୍ୱାସଗତ ସମସ୍ୟା କାରଣରୁ ସମସ୍ତେ ଟ୍ରିପଲ ଲେୟାର ମାସ୍କ ପିନ୍ଧି ପାରିନଥାନ୍ତି। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ସମସ୍ତେ ଡବଲ ଲେୟାର ମାସ୍କ ପିନ୍ଧିବା ଜରୁରୀ। ଟ୍ରିପଲ ଲେୟାର ମାସ୍କ ଭଳି ଡବଲ ଲେୟାର ମାସ୍କ ମଧ୍ୟ ସୁରକ୍ଷା ଦେବ। ଯେଉଁମାନେ ଏନ-୯୫ ମାସ୍କ ବ୍ୟବହାର କରୁଛନ୍ତି, ସେମାନେ ଡବଲ ଲେୟାର ମାସ୍କ ପିନ୍ଧିବା କୌଣସି ଆବଶ୍ୟକତା ନାହିଁ । 

କୋଭିଡ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏଣୁ ଏବେ ସମୟ ଆସିଛି ଯେ, ଘରେ ବାହାରେ ସବୁଠି ମାସ୍କ ପିନ୍ଧିବା।