ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ଶେଷ ତ୍ରୟମାସ ଗର୍ଭବତୀ ମାଆ  ଗର୍ଭସ୍ଥ ଶିଶୁ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଏହି ସମୟରେ ମା’ର ଶରୀରର ପରିବର୍ତ୍ତନ ବାବଦରେ ଜାଣିବା  ନିରାପଦ ମାତୃତ୍ୱ ଲାଗି ପୂର୍ଣ୍ଣ ଯତ୍ନବାନ ହେବା

ସପ୍ତମ ମାସ

  • ଏ ସମୟରେ ଶିଶୁ ଶୀଘ୍ର ଶୀଘ୍ର ବଢ଼ିଯାଉଥିବାରୁ ଓଜନ ମଧ୍ୟ ବଢ଼ିଯାଇଥାଏ।
  • ଜରାୟୁ ବଢ଼ୁଥିବାରୁ ଶିଶୁର ଘୂର୍ଣ୍ଣନ ପିଞ୍ଜରାହାଡ଼ ପାଖରେ ଅନୁଭୂତ ହୋଇଥାଏ।
  • ଶୋଇବା ସ୍ଥାନରୁ ହଠାତ୍ ଉଠି ଯାଆନ୍ତୁ ନାହିଁ। କାରଣ ବେଳେବେଳେ ମୁଣ୍ଡ ବୁଲାଇ ଦେଇଥାଏ।
  • ବେଳେବେଳେ ଗୋଡ଼, ହାତ ଓ ମୁହଁ ଫୁଲିଯାଇଥାଏ। ଏହା ଗର୍ଭଧାରଣ ସମୟରେ ଅନ୍ତଃସ୍ରାବୀ ରସ ପାଇଁ ହୋଇଥାଏ। କିନ୍ତୁ ରକ୍ତଚାପ ପରୀକ୍ଷା ଜରୁରୀ।
  • ଜଣଜଣଙ୍କର ଅର୍ଶ ବଢ଼ିଯାଇ ଝାଡ଼ା ଫେରିବା ସମୟରେ କଷ୍ଟ ହୋଇଥାଏ।
  • ବେଳେବେଳେ ଥଣ୍ଡା ସମୟରେ ମଧ୍ୟ ଭୀଷଣ ଗରମ ଲାଗିଥାଏ।
  • ଅଳ୍ପ ପରିଶ୍ରମ କଲେ କ୍ଲାନ୍ତ ଲାଗିଥାଏ। ତେଣୁ ବିଶ୍ରାମ ନେବା ଜରୁରୀ।
  • ବେଳେବେଳେ ଗର୍ଭବତୀ ମହିଳାମାନେ ଆସନ୍ନ ପ୍ରସବ ବ୍ୟଥା, ପ୍ରସବ ଏବଂ ମାତୃତ୍ୱ ନେଇ ଆତଙ୍କିତ ହୋଇପଡ଼ନ୍ତି ଏବଂ ଏଇ ଆତଙ୍କ ତାକୁ ବ୍ୟତିବ୍ୟସ୍ତ କରିପକାଏ।

ଗର୍ଭର ସପ୍ତମ ମାସରେ ମା ଯତ୍ନ

  • ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ପାଖରେ ନିୟମିତ ଚେକ୍ଅପ୍‌ କରାଇବା ଜରୁରୀ।

pregnecy

ଅଷ୍ଟମ ମାସ

  • ଏ ସମୟରେ ବର୍ଦ୍ଧିତ ଜରାୟୁର ଚାପରେ ଅଣନିଃଶ୍ୱାସୀ ଲାଗିଥାଏ। ତେଣୁ କାମ ମଝିରେ ବିଶ୍ରାମ ନେବା ଜରୁରୀ।
  • ପିଠିର ମାଂସପେଶୀ ଉପରେ ବର୍ଦ୍ଧିତ ଶିଶୁର ଚାପ ପଡ଼ିବା ଯୋଗୁଁ ଅଣ୍ଟାବ୍ୟଥା ହୋଇଥାଏ
  • ଆରାମଦାୟକ ଶୈଳୀରେ ଶୋଇଲେ ଭଲ ନିଦ ହୋଇଥାଏ। କଡ଼ମାଡ଼ି, ଗୋଡ଼ ଉପରେ ଗୋଡ଼ ପକାଇ ଶୋଇଲେ ଭଲ ଲାଗିଥାଏ। ଦୁଇଗୋଡ଼ ମଝିରେ ତକିଆ ଦେଇ ଶୋଇଲେ ଗୋଡ଼କୁ ରକ୍ତ ଠିକ୍ ଭାବରେ ସଂଚାଳିତ ହୋଇଥାଏ ଏବଂ ଗୋଡ଼ ଓ ପାଦରୁ ଫୁଲାଫୁଲି ବା ଇଡିମା କମିଯାଏ।
  • ମୋଟ ଉପରେ ହାତ ବୁଲାଇଲେ ଶିଶୁର ଘୂର୍ଣ୍ଣନ ଅନୁଭବ କରିହୁଏ।
  • ଶିଶୁର ମୁଣ୍ଡ ପରିଶ୍ରାଘର (ବ୍ଲାଡର) ଉପରେ ଚାପ ପକାଉଥିବାରୁ ଘନ ଘନ ପରିଶ୍ରା ଲାଗିଥାଏ ଏବଂ ସାଦା ସ୍ରାବ ହୋଇଥାଏ।
  • ଏ ସମୟରେ ଝାଳ ବୋହିଥାଏ ଏବଂ ଶୀଘ୍ର କ୍ଲାନ୍ତ ଲାଗିଥାଏ।

ଗର୍ଭର ଅଷ୍ଟମ ମାସରେ ମା ଯତ୍ନ

  • ପ୍ରତି ଦୁଇ ସପ୍ତାହରେ ଗର୍ଭର ନିୟମିତ ଚେକ୍ଅପ୍ କରାନ୍ତୁ।
  • ଏକାଥରକେ ଅଳ୍ପ ଅଳ୍ପ ଖାଆନ୍ତୁ କିନ୍ତୁ ବେଶୀଥର ଖାଆନ୍ତୁ। ଲୌହସାର, କାଲ୍‌ସିୟମ୍ ଥିବା ଖାଦ୍ୟ ଖାଆନ୍ତୁ ଏବଂ ଅତିକମ୍‌ରେ ୮ ଗ୍ଲାସ ପାଣି ପିଅନ୍ତୁ।
  • ନିୟମିତ ପ୍ରାତଃଭ୍ରମଣ, ସାନ୍ଧ୍ୟଭ୍ରମଣ କରନ୍ତୁ ଏବଂ ହାଲୁକା ବ୍ୟାୟାମ କରନ୍ତୁ।