• ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ
  • ନଲେଜ୍‌ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ବିରୋଧରେ ଏକାଠି ଲଢ଼ିବା’ 
  • ଜୁନ୍ ୫ ଶନିବାର ମଧ୍ୟାହ୍ନ ୧୨.୩୦ରେ ଡିଡି ଓଡ଼ିଆରେ

କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ସାରା ବିଶ୍ୱ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଏଥିରୁ ମୁକୁଳିବା ପାଇଁ ସମସ୍ତେ ନୂଆ ବାଟ ଖୋଜୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍ ୨’ ଭିଡିଓ ସିରିଜର ପ୍ରଥମ ଅଧ୍ୟାୟରେ ଏଥରର ପ୍ରସଙ୍ଗ ରହିଛି ‘କୋଭିଡ୍ ବିରୋଧରେ ଏକାଠି ଲଢ଼ିବା’।

5th june radio episode card

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।

ଭିଡିଓ ସିରିଜର ପ୍ରଥମ ଅଧ୍ୟାୟ ଜୁନ୍ ୫ତାରିଖ ଶନିବାର ମଧ୍ୟାହ୍ନ ୧୨.୩୦ରେ ଡିଡି ଓଡ଼ିଆରେ ପ୍ରସାରିତ ହୋଇଛିା ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ପ୍ରସାରଣ କରାଯାଇଛି।ପ୍ରଥମ ଅଧ୍ୟାୟରେ ସାମିଲ ହୋଇଛନ୍ତି ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍‌, ‘ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା ଓ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ରା

ସେହିପରି ଏହି ଭିଡିଓ ସିରିଜ୍‌ରେ ରାଉରକେଲା ପାନପୋଷ ୟୁସିଏଚସିର ଡାଟାଏଣ୍ଟ୍ରି ଅପରେଟର ପ୍ରିନ୍‌ସେସ ଖାନ୍‌, ଭୁବନେଶ୍ୱର କପିଳପ୍ରସାଦ ୟୁସିଏଚସିର ଷ୍ଟାଫ ନର୍ସ ବିଷ୍ଣୁପ୍ରିୟା ଧଳଙ୍କ କାହାଣୀ ଦେଖାଯାଇଛିା ଏହାସହିତ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ମାଲାକାନଗିରିର ଛାତ୍ରୀ ଜିନିତା ପାଣିଗ୍ରାହୀଙ୍କ ବାର୍ତ୍ତା ମଧ୍ୟ ଏହି ଭିଡିଓ ସିରିଜ୍‌ରେ ରହିଛିା।

akash das nayak

‘‘କୋଭିଡ୍‌ ୧୯ ପୁଣି ଥରେ ଆମ ସମସ୍ତଙ୍କ ଆଗରେ ବଡ଼ ସମସ୍ୟା ଠିଆ କରିଛି। ବିଶେଷକରି ଏହା ପିଲା ଓ ଯୁବପିଢ଼ିଙ୍କୁ ପ୍ରଭାବିତ କରିଛି। ଦୀର୍ଘଦିନରୁ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଅନେକ ଯୁବକ ଯୁବତୀ ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ଅଛନ୍ତି। ତେଣୁ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସହ ମିଶି ୟୁନିସେଫ୍‌ ପିଲାମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରି ଆସୁଛି’’, କାର୍ଯ୍ୟକ୍ରମରେ ଭାଗ ନେଇ କହିଥିଲେ ୟୁନିସେଫ୍‌ ଓଡ଼ିଶାର ମୁଖ୍ୟ ମୋନିକା ନେଲ୍‌ସନ୍‌।

‘‘କୋଭିଡ ମହାମାରୀ ସମୟରେ ଯୁବପିଢ଼ିଙ୍କ ଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛିା ଛାତ୍ରଛାତ୍ରୀଙ୍କ ପାଠପଢ଼ା, କ୍ୟାରିୟର ଆଦି କ୍ଷେତ୍ରରେ କୋଭିଡ ମହାମାରୀ ଚାଲେଞ୍ଜ୍‌ ସୃଷ୍ଟି କରିଛିା ଏହି ସମୟରେ ଆମ ସମସ୍ତଙ୍କୁ ଧୈର୍ଯ୍ୟର ସହିତ ଆଗକୁ ବଢ଼ିବା ପାଇଁ ହେବ। ତା’ସହିତ ଆମ ଜୀବନରେ କେତେ ଯେ ନୂଆ ବାଟ ଅଛି ଖୋଜିବାକୁ ହେବ’’, କହିଥିଲେ ଆକାଶ ଦାସନାୟକା

archita sahu

‘‘ରାଉରକେଲାରେ କୋଭିଡ୍‌ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ଼ କରାଯାଇଛିା ଆଇସିୟୁ ବେଡ୍‌, କୋଭିଡ୍‌ ଓ୍ୱାର୍ଡ, ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ହୋଇଛିା ସଂକ୍ରମଣ ଚେନ୍‌ କାଟିବାକୁ ଟେଷ୍ଟିଂ, ଟ୍ରେସିଂ, ଆଇସୋଲେସନ ଉପରେ ଗୁରୁତ୍ୱ ଦିଆଯାଇଛି’’, କହିଥିଲେ ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା।

‘‘କୋଭିଡ୍ ମହାମାରୀ ଆମ ଜୀବନ ଓ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେବେ ଏହି ମାହାମରୀରୁ ରକ୍ଷା ପାଇବା ପାଇଁ ଆପଣମାନେ କୋଭଡ୍ ନିୟମ ପାଳନ କରନ୍ତୁା ସଠିକ ଭାବେ ମାସ୍କ ପିନ୍ଧନ୍ତୁ, ସମାଜିକ ଦୂରତା ବଜାୟ ରଖନ୍ତୁ ଏବଂ ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୁଅନ୍ତୁ। ଏହା ସହିତ କୌଣସି ଗୁଜବରେ ବିଶ୍ୱାସ ନକରି ନିଜ ପାଳି ଆସିଲେ କୋଭିଡ୍ ଟିକା ନିଶ୍ଚୟ ନିଅନ୍ତୁ’’, କେତେ ନୂଆ ବାଟ ଭିଡିଓ ସିରିଜରେ ଯୋଗ ଦେଇ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏହା କହିଥିଲେ।

princess khan_kete nua bata

ସେହିପରି ଏହି ଭିଡିଓ ସିରିଜ୍‌ରେ ରାଉରକେଲାର କିନ୍ନର ପ୍ରିନସେସଙ୍କ କାହାଣୀକୁ ଦେଖାଯାଇଥିଲା। ପ୍ରିନସେସ କିଭଳି ଏହି କରୋନା ମହାମାରୀ ସମୟରେ ସମ୍ମୁଖ ଯୋଦ୍ଧା ସାଜି ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି ତାହା ଦେଖିବାକୁ ମିଳିଥିଲା।

bishnupriya dhal

ଏହାଛଡ଼ା ଭୁବନେଶ୍ୱରର ଜଣେ କରୋନା ଯୋଦ୍ଧା ବିଷ୍ଣୁପ୍ରିୟା ଧଳଙ୍କ କାହାଣୀ ଏଥିରେ ସ୍ଥାନ ପାଇଥିଲା। ସରକାରୀ ଡ୍ୟୁଟି କରି ସାରିବା ପରେ ସେ କିଭଳି ବ୍ୟକ୍ତିଗତ ପ୍ରଚେଷ୍ଟାରେ ହୋମ୍‌ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସେବା କରୁଛନ୍ତି ତାହା ଦେଖିବାକୁ ପାଇଥିଲେ ଦର୍ଶକ।

ଏହି ଭିଡିଓ ସିରିଜ୍‌ରେ ମାଲକାନଗିରିର କୁନି ଝିଅ ଜିନିତା ପାଣିଗ୍ରାହୀଙ୍କ କୋଭିଡ୍‌ ଡାଏରୀ ରହିଥିଲା। କୋଭିଡ ଯୋଗୁଁ ସ୍କୁଲ କଲେଜ୍‌ ବନ୍ଦ ଅଛି। ସେ କେମିତି ନିଜ ପରିବାର ସହିତ ସମୟ ବିତାଉଛନ୍ତି ଓ କରୋନା ପ୍ରତି ସଚେତନ ଅଛନ୍ତି ସେ ବିଷୟରେ କହିଥିଲେ ଜିନିତା।

dr niroj mishra

ଅନ୍ୟପଟେ ଭିଡିଓ ସିରିଜ୍‌ରେ ରାଜ୍ୟରେ ଟିକା ନେଇଥିବା ଯୁବଗୋଷ୍ଠୀଙ୍କ ପ୍ରତିକ୍ରିୟା ଦେଖାଯାଇଥିଲା। ଭିଡିଓ ମାଧ୍ୟମରେ ଯୁବଗୋଷ୍ଠୀ ଟିକା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ଭିଡିଓ ସିରିଜ୍‌ରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ଯୋଡ଼ି ହୋଇଥିଲେ। ‘‘ଟିକା ନେବା ଆମ ସମସ୍ତଙ୍କ ପାଇଁ ଜରୁରୀ। ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ତେଣୁ ସମସ୍ତେ ଟିକା ନିଅନ୍ତୁ’’, କହିଥିଲେ ଡାକ୍ତର ନିରୋଜ ମିଶ୍ରା

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ଆରମ୍ଭ ହୋଇଛି ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ଉପସ୍ଥାପକ, ପ୍ରଯୋଜକ, ନିର୍ଦ୍ଦେଶକ ଅଛନ୍ତିା

ଭିଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍ ଫେସବୁକରେ ଭିଡିଓ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି । ଏଥିସହ ଏହାର ଅଡିଓ ସିରିଜ ମଧ୍ୟ ପ୍ରତି ୧୫ ଦିନରେ ଥରେ ରବିବାର ସକାଳ ୧୦ଟାରେ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ଦିନ ୧୧ଟାରେ ରେଡିଓ ଚକଲେଟ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି ।