ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ
  • ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’
  • ରବିବାର ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେ
  • ଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ

ଗତ ଦେଢ଼ ବର୍ଷ ହେଲା କୋଭିଡ ମହାମାରୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। କେହି ବି ମହମାରୀ କୋପରୁ ବାଦ ପଡ଼ିନାହାନ୍ତିା କିନ୍ତୁ ସବୁଠୁ ଅଧିକ ଯିଏ ପ୍ରଭାବିତ ହୋଇଛନ୍ତି ସେ ହେଲେ ପିଲାମାନେ। କରୋନା କ’ଣ, କାହିଁକି ଏହା ମାରାତ୍ମକ ଏ କଥା ଛୋଟ ଛୋଟ ପିଲା ବୁଝିନାହାନ୍ତିା ହେଲେ ଘରେ ସେମାନେ ବାନ୍ଧି ହୋଇ ରହିଛନ୍ତିା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଗଭୀର ପ୍ରଭାବିତ ହୋଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜର ତୃତୀୟ ଅଧ୍ୟାୟରେ ପ୍ରସଙ୍ଗ ରହିଛି ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’।

ଜୁନ୍‌ ୨୦ ରବିବାର ସକାଳ ୧୦ଟାରେ ଅଡିଓ ସିରିଜ୍‌ର ଏହି ଏପିସୋଡ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ୧୧ଟାରେ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହେବ। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯିବ।

3rd episode speaker (radio)

ଅଡିଓ ସିରିଜର ତୃତୀୟ ଅଧ୍ୟାୟରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ୟୁନିସେଫ୍‌ ଓଡ଼ିଶାର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜେସ୍‌ ମେରତା, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ସଂଚାଳିକା ଦୁର୍ଗେଶ ନନ୍ଦିନୀ, ଓଡ଼ିଶା ମୁସଲିମ୍‌ ଡେଭଲୋପମେଣ୍ଟ କାଉନସିଲ୍‌ର ସଂଯୋଜକ ସୈୟଦ ବରକତ୍‌ ଅଲ୍ଲୀ ତନବୀର, ବଲାଙ୍ଗିରର ଜଣେ ଅଙ୍ଗନବାଡ଼ି କର୍ମୀ ସ୍ୱର୍ଣ୍ଣମୟୀ ବିଭାର ଓ ମାଲକାରଗିରି ଜଣେ ଦଶମ ଶ୍ରେଣୀ ଛାତ୍ରୀ ହେମାଶ୍ରୀ ଖମାରୀ।

ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ରାଜ୍ୟ ସରକାର କିଭଳି ପ୍ରସ୍ତୁତ ହେଉଛନ୍ତି ଏହି ରେଡିଓ ଏପିସୋଡରେ କହିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ଡାକ୍ତର ବ୍ରଜେସ୍‌ ମେର୍‌ତା ପିଲାଙ୍କଠାରେ କୋଭିଡର କ’ଣ ଲକ୍ଷଣ ରହିଛି ସେ ବିଷୟରେ  କହିବେ।

ବ୍ରହ୍ମକୁମାରୀ ଦୁର୍ଗେଶ ନନ୍ଦିନୀ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବାକୁ ଲୋକଙ୍କୁ ଅପିଲ୍‌ କରିବେ। ଓଡ଼ିଶା ମୁସଲିମ୍‌ ଡେଭଲୋପମେଣ୍ଟ କାଉନସିଲ୍‌ର ସଂଯୋଜକ ସୈୟଦ ବରକତ୍‌ ଅଲ୍ଲୀ ତନବୀର କୋଭିଡ ଉପଯୋଗୀ ନିୟମ ପାଳନ କରିବା ପାଇଁ ଅପିଲ୍‌ କରିବେ।

kete nua bata_many new paths card

ସେହିପରି ମାଲକାନଗିରି ଝିଅ ହେମାଶ୍ରୀ ଖମାରୀ ତାଙ୍କ କୋଭିଡ୍‌ ଡାଏରି ସମ୍ପର୍କରେ କହିବେ। ଏହାସହିତ ବଲାଙ୍ଗିରର ଜଣେ ଅଙ୍ଗନବାଡ଼ି କର୍ମୀ ସ୍ୱର୍ଣ୍ଣମୟୀ ବିଭାର କୋଭିଡ ସମୟରେ କିଭଳି ଲୋକଙ୍କ ପାଖରେ ସେବା ପହଞ୍ଚାଉଛନ୍ତି ସେ ବିଷୟରେ ଏହି ଅଧ୍ୟାୟରେ କହିବେ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ୟୁନିସେଫ୍‌ ସହାୟତାରେ ଆରମ୍ଭ ହୋଇଛି ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’। ଏଥିରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।

ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଅଛନ୍ତି। ସେହିପରି ଏହି ଅଡିଓ ସିରିଜ୍‌ର ଉପସ୍ଥାପନା କରୁଛନ୍ତି ନଳିନୀକାନ୍ତ ବିଶ୍ୱାଳ ଏବଂ ପଦ୍ମାବତୀ ଦ୍ୱିବେଦୀ।

ଅଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ଭିଡିଓ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।