Sasankasana yoga

ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଏକ ଉତ୍ତମ ମାଧ୍ୟମ। ଯୋଗ ଶରୀରକୁ ଫିଟ ରଖିବା ସହିତ ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏଥିସହିତ ଯୋଗ ଆମକୁ ଶ୍ୱାସକ୍ରିୟାଜନିତ ଅନେକ ରୋଗରୁ ରକ୍ଷା କରିଥାଏ। ଏଥିପାଇଁ ଯୋଗ କରିବା ସମୟରେ କିଛି ଦିଗ ଉପରେ ଧ୍ୟାନ ଦେବା ନିଜକୁ କେମିତି ପ୍ରସ୍ତୁତ କରିବା ନିହାତ ଜରୁରୀ।

ଯୋଗ କଲା ବେଳେ ଟାଇଟ ଡ୍ରେସ୍‌ ପିନ୍ଧନ୍ତୁ ନାହିଁ

ଯୋଗ କଲା ବେଳେ ହାଲ୍‌କା ଏବଂ ଢିଲା ପୋଷାକ ପିନ୍ଧିବା କଥା। କାରଣ ଟାଇଟ ଡ୍ରେସ୍‌ ପିନ୍ଧିଥିଲେ ବିଭିନ୍ନ ଆସନ କରିବା ସମୟରେ ଡ୍ରେସ ଚିରିବାର ଆଶଙ୍କା ଥାଏ। ଏଥିରେ ଆପଣ ସହଜ ଅନୁଭବ କରିପାରନ୍ତି ନାହିଁ। ବିଭିନ୍ନ ଆସନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଯୋଗ କରିବା ପାଇଁ ଉପଯୁକ୍ତ ସମୟ ବାଛନ୍ତୁ

ଯୋଗ କରିବା ପାଇଁ ଏକ ଉପଯୁକ୍ତ ସମୟ ବାଛନ୍ତୁ। ସକାଳେ ଯୋଗ କରିବା ବହୁତ ଭଲ। ନିର୍ଦ୍ଦିଷ୍ଟ ସମୟରେ ପ୍ରତିଦିନ ଯୋଗ କରନ୍ତୁ।

ପରିଷ୍କାର ଏବଂ ଶାନ୍ତ ପରିବେଶରେ ଯୋଗ କରନ୍ତୁ

ଯୋଗ କରିବା ପାଇଁ ଏକ ପରିଷ୍କାର ପରିବେଶ ଏବଂ ଶାନ୍ତ ପରିବେଶ ରହିବା ଭଲ। ଲକଡାଉନ୍ ସମୟରେ ଆପଣ ସକାଳେ ଘରର ଛାତ ଉପରେ ଯୋଗ କରିପାରିବେ।

ଯୋଗ ଏବଂ ଖାଦ୍ୟ

ସକାଳେ ଖାଲି ପେଟରେ ଯୋଗ କରାଗଲେ ଭଲ। ଯଦି ଏହା ସମ୍ଭବ ହେଉନାହିଁ ତେବେ ଯୋଗ ଏବଂ ଖାଇବା ମଧ୍ୟରେ ଅତି କମରେ ତିନି ଘଣ୍ଟାର ବ୍ୟବଧାନ ରଖନ୍ତୁ। ଯୋଗ କରିବାର କିଛି ସମୟ ପରେ ଆପଣ ଖାଇପାରିବେ।