Mental Health of Children

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମାନସିକ ଚାପରେ ପୀଡ଼ିତ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ୨୦୨୦ ସୁଦ୍ଧା ବିଶ୍ୱରେ ଦ୍ଵିତୀୟ ସର୍ବାଧିକ ରୋଗ ଭାବେ ମାନସିକ ଅବସାଦ ପରିଗଣିତ ହୋଇଛି। ତେଣୁ, ମାନସିକ ସ୍ଵାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ମାନସିକ ସ୍ୱାସ୍ଥ୍ୟ ଓ ଶାରୀରିକ ସ୍ୱାସ୍ଥ୍ୟ ଉଭୟ ନିବିଡ଼ତାର ସହ ଜଡ଼ିତ। ମାନସିକ ଅବସାଦରେ ରହିଲେ ଶାରୀରିକ ସମସ୍ୟା ଦେଖାଦେଇଥାଏ।

ମାନସିକ ଅବସାଦ ବ୍ୟକ୍ତିର ବ୍ୟବହାରକୁ ପ୍ରଭାବିତ କରିଥାଏ। ଫଳରେ ବ୍ୟକ୍ତିଙ୍କୁ ଭୋକ ହୋଇ ନଥାଏ, ନିଦ୍ରାହୀନତା, ମଦ୍ୟପାନ କିମ୍ବା ଧୂମପାନର ବ୍ୟବହାର କରିବାକୁ ଚିନ୍ତା କରିଥାଏ।

ବ୍ୟକ୍ତି ଚାପରେ ଅଧିକ ଦିନ ଧରି ରହିଲେ ଡିପ୍ରେସନ୍‌ ଆଡ଼କୁ ଗତି କରେ ଓ ଧୀରେ ଧୀରେ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥାଏ। ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା ଭଳି ଘଟଣା ବର୍ତ୍ତମାନ ସମୟରେ ଅଧିକ ଦେଖିବାକୁ ମିଳୁଛି।

ମାନସିକ ଅବସାଦ ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ।

ଯଦି ଡାଏବେଟିସ୍‌, କ୍ୟାନ୍‌ସର, ହୃଦ୍‌ରୋଗ ଭଳି କ୍ରୋନିକ ରୋଗ ଥାଏ, ତେବେ ଏହା ଅବସାଦକୁ ବଢ଼ାଇଦିଏ।

Anxiety Disorder_mental health

ମାନସିକ ଚାପର ମୁକାବିଲା କିଭଳି କରିବେ?

ମାନସିକ ଚାପରୁ ମୁକ୍ତି ପାଇବାକୁ ହେଲେ ସୁସ୍ଥ ଜୀବନଶୈଳୀକୁ ଆପଣେଇବାକୁ ହେବ। ପ୍ରତିଦିନ ୩୦ରୁ ୪୫ ମିନିଟ୍‌ ଶାରୀରିକ ବ୍ୟାୟାମ, ମେଡିଟେସନ୍ ଏବଂ ଯୋଗ କରିବାକୁ ପଡ଼ିବ। ଏହା କରିବା ଦ୍ୱାରା ଆମ ଶରୀରରେ ଏଣ୍ଡୋରଫ୍ରିନ୍‌ ନାମକ ଏକ କେମିକାଲ ବଢ଼ିଥାଏ, ଯାହା ମାନସିକ ଚାପ କମେଇବାରେ ଆପଣଙ୍କୁ ସାହାଯ୍ୟ କରିଥାଏ।

ପ୍ରତିଦିନ ରାତିରେ ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ ଓ ୬ରୁ ୮ ଘଣ୍ଟା ଶୁଅନ୍ତୁ। ଠିକ୍‌ ସମୟରେ ଶୋଇ ଠିକ୍‌ ସମୟରେ ଉଠନ୍ତୁ। ଶୋଇବା ସମୟରେ ବା ତା’ର ଘଣ୍ଟେ ପୂର୍ବରୁ ମୋବାଇଲର ବ୍ୟବହାର କରନ୍ତୁ ନାହିଁ।

ମାନସିକ ଚାପର ନିରାକରଣ ପାଇଁ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତିଦିନ ସୁଷମ, ପୁଷ୍ଟିକର ଓ ଫଳଜାତୀୟ ଖାଦ୍ୟ ଖାଆନ୍ତୁ। ଖାଇବାରେ ତେଲ, ମସଲା, ଲୁଣ, ଚିନିର ମାତ୍ରାକୁ କମ୍‌ କରନ୍ତୁ। ଫାଷ୍ଟଫୁଡ୍‌, କୋଲା, ଚକୋଲେଟ୍‌ ଆଦି ଖାଦ୍ୟ ଖାଆନ୍ତୁ ନାହିଁ। ସମସ୍ତ ପ୍ରକାର ନିଶାଦ୍ରବ୍ୟଠାରୁ ଦୂରେଇ ରହନ୍ତୁ।

ଜୀବନରେ ସବୁବେଳେ ସକରାତ୍ମକ ଚିନ୍ତାଧାରା ରଖନ୍ତୁ। ନିଜ ମନ ପସନ୍ଦର ଗୀତ ଶୁଣନ୍ତୁ, ସାଙ୍ଗସାଥୀ, ପରିବାର ଓ ଛୋଟପିଲାଙ୍କ ସହ ସମୟ ବିତାନ୍ତୁ।

ଯେଉଁ ଜିନିଷରେ ଆପଣ ଖୁସି ଅନୁଭବ କରିବେ, ସେହି କାର୍ଯ୍ୟ କରନ୍ତୁ। ନିଜ ଦୁଃଖ, ଖୁସି ଓ ସମସ୍ୟା ଆପଣାର ଲୋକଙ୍କ ସହ ସେୟାର କରନ୍ତୁ।ନି

ଜର ଯେଉଁସବୁ ଚିନ୍ତା ଓ ଭାବନା ଯୋଗୁଁ ଚାପ ବଢ଼ୁଛି, ସେଗୁଡ଼ିକୁ ଚିହ୍ନଟ କରନ୍ତୁ। ଯଦି ଚାପ କମୁନି ତେବେ ମାନସିକ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।