ଏହି ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍‌ର ଫ୍ରି ହ୍ୱାଟ୍‌ସାପ୍‌ ସବ୍‌ସ୍କ୍ରିପ୍‌ସନ୍‌ ପାଇଁ ଏହି ଲିଙ୍କ୍‌ ( https://bit.ly/SubscribeToSwasthyaPlusOdia)ରେ କ୍ଲିକ୍‌ କରନ୍ତୁ।

  • ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବ ଏହି ଡିଜିଟାଲ ମାଗାଜିନ୍‌
  • ୧୫ ହଜାରରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚୁଛି ଏହି ମାଗାଜିନ୍‌
  • ସ୍ମାର୍ଟଫୋନ୍‌ ଜରିଆରେ ଏହାକୁ ଯେ କେହି ମାଗଣାରେ ପଢ଼ିପାରିବେ

କ୍ୟାନ୍ସର ବା କର୍କଟ ରୋଗ ସମଗ୍ର ଦେଶରେ ଏବେ ଉତ୍କଟ ରୂପ ଧାରଣ କରିଛି। ସଚେତନତାର ଅଭାବ ଯୋଗୁଁ ଅଧିକାଂଶ ଲୋକେ ପ୍ରାଥମିକ ଅବସ୍ଥାରୁ ଏହି ରୋଗର ଲକ୍ଷଣକୁ ଚିହ୍ନିପାରୁ ନାହାନ୍ତି। ଫଳରେ କର୍କଟଜନିତ ମୃତ୍ୟୁ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି। ଏନେଇ ଲୋକଙ୍କ ମନରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଚଳିତ ଫେବ୍ରୁଆରି ମାସର ‘ଓଡ଼ିଆ ଡିଜିଟାଲ ସ୍ଵାସ୍ଥ୍ୟ ମାଗାଜିନ୍‌’ ପ୍ରକାଶ ପାଇଛି।

ମୋବାଇଲ ମାଧ୍ୟମରେ ଲୋକେ ବିନା ଶୁଳ୍କରେ ଏହି ମାଗାଜିନ୍‌କୁ ପଢ଼ିପାରିବେ। ଫେବ୍ରୁଆରି ମାସ ସୁଦ୍ଧା ୧୫ ହଜାରରୁ ଅଧିକ ଲୋକ ଏହି ମାଗାଜିନ୍‌କୁ ସବ୍‌ସ୍କ୍ରାଇବ୍‌ କରିସାରିଛନ୍ତି। ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକଙ୍କ ପାଇଁ ଏହି ମାଗାଜିନ୍‌ ବେଶ୍‌ ଉପାଦେୟ ହେବ।

ଆଜି ସ୍ଵାସ୍ଥ୍ୟ ପ୍ଲସ୍‌ର ନେଟଓ୍ଵର୍କ ଓଡ଼ିଆ, ହିନ୍ଦୀ ଏବଂ ବଙ୍ଗଳା ଭାଷାରେ ଦର୍ଶକଙ୍କୁ ସୂଚନା ଦେଇପାରୁଛି। ମାର୍ଚ୍ଚ ମାସରେ, ଇଂରାଜୀ ଓ ତେଲୁଗୁ ଭାଷାରେ ମଧ୍ୟ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ କରିବୁ।

ଡାକ୍ତରଙ୍କ ସାକ୍ଷାତକାର, ବୟସ୍କ ନାଗରିକଙ୍କ ସୁସ୍ଥ ଜୀବନ ଧାରା, ମାନସିକ ସ୍ୱାସ୍ଥ୍ୟ, ଆଧୁନିକ ଜୀବନଶୈଳୀ, ଖାଦ୍ୟ ରୁଚି, ଯୋଗ ଓ ଫିଟନେସ୍, ରୂପଚର୍ଯା, ସ୍ଵାସ୍ଥ୍ୟ ଉପଯୋଗୀ ଟିପ୍ସ – ଏହିଭଳି ବ୍ୟାପକ ବିଷୟକୁ ନେଇ ପ୍ରସ୍ତୁତ ହେଉଛି ସ୍ୱାସ୍ଥ୍ୟ ପ୍ଲସ୍‌ ମାଗାଜିନ୍‌ର କଣ୍ଟେଣ୍ଟ। ତେଣୁ ଏହା ବିଭିନ୍ନ ବୟସ, ବର୍ଗ ଓ ରୁଚିର ଲୋକଙ୍କ ପାଇଁ ଏକ ଉପାଦେୟ ଡିଜିଟାଲ୍ ମାଗାଜିନ୍‌ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ପ୍ଲସର ସମ୍ପାଦନା ମଣ୍ଡଳୀ କହିଛନ୍ତି।

ଆମ ହାତପାଆନ୍ତାରେ ବିଶେଷକରି ନିଜ ଘର ଭିତରେ ଏପରି ଅନେକ ଖାଦ୍ୟ ରହିଛି ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଯେପରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହଳଦୀ, ତମ୍ବା ପାତ୍ରରେ ପାଣି ପିଇଲେ କ’ଣ ଲାଭ ହୁଏ? ଏହିଭଳି ଛୋଟ ଛୋଟ ବିଷୟକୁ ଓଡ଼ିଆ ଭାଷାରେ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍‌ ମାଧ୍ୟମରେ ପ୍ରସ୍ତୁତ କରୁଛି ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍ ‘ସ୍ୱାସ୍ଥ୍ୟ ପ୍ଲସ୍ ଓଡ଼ିଆ’।

ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ ଭାବରେ ଆପଣ ଏଥିରେ ବିଭିନ୍ନ ସ୍ୱାସ୍ଥ୍ୟଭିତ୍ତିକ ଭିଡିଓ ଦେଖିପାରିବେ ଓ ସ୍ୱାସ୍ଥ୍ୟ କୁଇଜରେ ଭାଗ ନେଇ ପାରିବେ ଏମିତି ଅନେକ କିଛି।