Hair Fall

ପ୍ରସବ ପରେ କେମିତି ନେବେ କେଶର ଯତ୍ନ?

ପ୍ରସବ ପରେ ମହିଳାମାନଙ୍କୁ ଶରୀର ସହ କେଶ ଓ ତ୍ୱଚାକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ହାଇପାଓ୍ୱାର ମେଡିସିନ୍ ଖାଇବା ଯୋଗୁଁ ପ୍ରସବ ପରେ ହର୍ମୋନରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସେ। ଶରୀରରୁ ମିନେରାଲ୍ସ କମିଯାଏ। ଏହି କାରଣରୁ କେଶ ଖରାପ ହେବା ସହ ଉପୁଡ଼ିବା ଭଳି ସମସ୍ୟା ଦେଖାଦେବା ସ୍ୱଭାବିକ। ଶିଶୁ ସୁରକ୍ଷା ସହିତ କେଶର ସୁରକ୍ଷା ଅସମ୍ଭବ। ତେଣୁ ଦୈନିକ ଆହାର ତଥା ଜୀବନଶୈଳୀରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ।

କେଶରେ କେବଳ ନଡ଼ିଆ ତେଲ ମାଲିସ୍ କରିବା ଅତିରିକ୍ତ ନୁହେଁ। ଦୈନିକ ଆହାରରେ ବି ନଡ଼ିଆ ଖାଆନ୍ତୁ। ନଡ଼ିଆ ରସ, କଞ୍ଚା ନଡ଼ିଆ, ନଡ଼ିଆ ତେଲରେ ତିଆରି ଖାଦ୍ୟ ଖାଇପାରିବେ।

ଗର୍ଭାବସ୍ଥା ପରେ ଶରୀରକୁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ ହୋଇଥାଏ। ନିୟମିତ ସନ୍ତୁଳିତ ଆହାର ସେବନ କରନ୍ତୁ। ଭାତ, ଡାଲି, ଶାଗ, ସବୁଜ ପନିପରିବା ତରକାରି ବା ଭଜା ଖାଆନ୍ତୁ। ଏହାଦ୍ୱାରା ଶରୀରକୁ ପୋଷଣ ମିଳିଥାଏ ଓ କେଶ ଝଡ଼ିବା କମ୍‌ ହୋଇଥାଏ।

କଳା ରାଶି ମ୍ୟାଗ୍ନେସିୟମ୍ ଆଉ କ୍ୟାଲ୍‌ସିୟମ୍‌ରେ ପରିପୂର୍ଣ୍ଣ। ଏହା କେଶକୁ ମଜଭୁତ କରେ।

hair oiling

ସାଧାରଣତଃ ପ୍ରସବ ପରେ ଶରୀରରେ ଆଇରନର ଅଭାବ ଦେଖାଦେଇଥାଏ। ଆଇରନ୍ ଅଭାବ ବି କେଶ ଝଡ଼ିବାର ଏକ ପ୍ରମୁଖ କାରଣ। ଆଇରନ୍‌ଯୁକ୍ତ ଖାଦ୍ୟ ଯେପରିକି ବ୍ରୋକୋଲି, କାଜୁ, ନଟ୍ସ, ଶାଗ, ପାଳଙ୍ଗ, ଅଣ୍ଡାକୁ ଖାଦ୍ୟରେ ସାମିଲ କରନ୍ତୁ।

ପ୍ରସବ ପରେ ତ୍ୱଚା ସମ୍ବେଦନଶୀଳ ହୋଇଯାଏ। ଫଳରେ ଅଳ୍ପ ଚାପରେ କେଶ ଝଡ଼ିଥାଏ। ତେଣୁ କେଶକୁ ଟାଇଟ୍‌ କରି ବାନ୍ଧନ୍ତୁ ନାହିଁ। କେଶରେ ଷ୍ଟାଇଲିଂ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ।

ପ୍ରସବ ପରେ କେଶକୁ ଛୋଟ କରିଦିଅନ୍ତୁ।

କେଶକୁ ଉଷୁମ୍‌ ନଡ଼ିଆ ତେଲରେ ମାଲିସ୍‌ କରନ୍ତୁ। ମାଲିସ୍‌ କରିବା ଦ୍ୱାରା ଚର୍ମରେ ରକ୍ତ ସଞ୍ଚାଳନ ହୋଇଥାଏ, ଯାହାକି କେଶ ଝଡ଼ିବାକୁ ରୋକିଥାଏ ଓ କେଶ ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ।

ମାନସିକ ଚିନ୍ତା ତଥା ମାନସିକ ଚାପକୁ କମ୍ କରନ୍ତୁ। ଏଥିପାଇଁ ଯୋଗ କିମ୍ବା ମେଡିଟେସନ୍‌ କରନ୍ତୁ। ଏହାଦ୍ଵାରା ମାନସିକ ଶାନ୍ତି ମିଳିଥାଏ।