ପଲ୍ଲବୀ ସାବତ

ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଛୋଟ ପିଲାଙ୍କୁ ଛତୁଆ ପିଇବାକୁ ଅନେକ ଡାକ୍ତର ପରାମର୍ଶ ଦେଇଥାନ୍ତି। କାରଣ ଏହା ସ୍ୱାସ୍ଥ୍ୟକର ହୋଇଥିବା ସଙ୍ଗେ ସଙ୍ଗେ ପେଟକୁ ଥଣ୍ଡା ରଖିଥାଏ। ଆସନ୍ତୁ ଜାଣିବା ଛତୁଆର ଫାଇଦା ସମ୍ପର୍କରେ।

ଆବଶ୍ୟକୀୟ ସାମଗ୍ରୀ

ଚୁଡ଼ା – ୧ କିଲୋଗ୍ରାମ୍‌

ଦେଶୀ ବୁଟ – ୨୦୦ ଗ୍ରାମ୍‌

କାଜୁ ବାଦାମ – ୪ଟି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚୁଡ଼ା, ବୁଟ ଓ କାଜୁ ବାଦାମକୁ ଭଲ ଭାବରେ ଭାଜି ଦିଅନ୍ତୁ। ତା’ପରେ ଏ ସମସ୍ତ ମିଶ୍ରଣକୁ ଗ୍ରାଇଣ୍ଡର ସାହାଯ୍ୟରେ ଚୂନା କରିଦିଅନ୍ତୁ। ଏହି ପ୍ରସ୍ତୁତ ଛତୁଆକୁ ଗୋଟେ ଡବାରେ ରଖିଦିଅନ୍ତୁ।

ଏହି ପ୍ରସ୍ତୁତ ଛତୁଆରୁ ଗୋଟେ ବଡ଼ ଚାମଚ ଆଣି ଏକ ଗ୍ଲାସ୍‌ କ୍ଷୀରରେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଗୋଟେ ସସ୍‌ପେନ୍‌ରେ ଢ଼ାଳି ଗ୍ୟାସ୍‌ରେ ଅଳ୍ପ ଆଞ୍ଚରେ ବସାଇ ଦିଅନ୍ତୁ। ଚାମଚ ସାହାଯ୍ୟରେ ବହଳିଆ ହେବା ଯାଏଁ ଗୋଳାନ୍ତୁ। ତା’ପରେ ଏହାକୁ ଥଣ୍ଡା କରି ଛୋଟ ପିଲାଙ୍କୁ ଚାମଚରେ ଅଳ୍ପ ଅଳ୍ପ କରି ଖୁଆନ୍ତୁ।

ଛତୁଆର ଫାଇଦା

-ଛତୁଆ ପିଇଲେ ଭୀଷଣ ଗରମରୁ ଏହା ଆଶ୍ୱସ୍ତି ପ୍ରଦାନ କରିଥାଏ। ତେଣୁ ଗରମ ଦିନରେ ଛତୁଆ ପିଇ ବାହାରକୁ ଗଲେ ସନ୍‌ଷ୍ଟ୍ରୋକ୍ ହେବାର ଆଶଙ୍କା କମେ।

-ଏହା ମୋଟାପଣକୁ ବି ଦୂର କରିଥାଏ। ଏହାକୁ ନିୟମିତ ଭାବେ ପିଇବା ଦ୍ୱାରା ଏସିଡିଟି ହୁଏନାହିଁ।

-ଗରମ ଦିନରେ ଅନେକ ଲୋକଙ୍କୁ ବାନ୍ତି ସମସ୍ୟା ହୋଇଥାଏ। ଛତୁଆକୁ ନିୟମିତ ଭାବେ ପିଇଲେ ସେଥିରୁ ଉପଶମ ମିଳେ।