ପେଟ ଏବଂ ଅଣ୍ଟାରେ ଜମିଥିବା ଚର୍ବିକୁ କମାଇବା ସବୁଠୁ କଷ୍ଟ। ଏହାକୁ କମ୍‌ କରିବା ପାଇଁ ଅଧିକ ବ୍ୟାୟାମ କରିବାକୁ ପଡ଼ିଥାଏ।

ଆସନ୍ତୁ ଜାଣିବା ସହଜରେ କେମିତି ଅଣ୍ଟା ଓ ପେଟର ଚର୍ବି କମାଇପାରିବେ?

ଟ୍ଵିଷ୍ଟ୍‌ ଡାନ୍ସ୍‌:

ଶରୀରରୁ ଚର୍ବି ହଟେଇବାରେ ସବୁଠୁ ବେଶୀ ସାହାଯ୍ୟ କରିଥାଏ ନୃତ୍ୟ। ପେଟ ଅଥବା ଅଣ୍ଟା ପାଇଁ ସବୁଠାରୁ ଉପଯୋଗୀ ହେଉଛି ଟ୍ଵିଷ୍ଟ୍‌ ଡାନ୍ସ୍‌। ତେବେ ନିଜର ମନପସନ୍ଦର ଗୀତ ଲଗାଇ କରନ୍ତୁ ଟ୍ଵିଷ୍ଟ୍‌ ଡାନ୍ସ୍‌। ଏହା ଏକ ପ୍ରକାର ଡାନ୍ସ୍‌ ଏକ୍ସର୍‌ସାଇଜ୍‌ ଯେଉଁଥିରେ ଆପଣ ନିଜର ଶରୀରକୁ ଟ୍ଵିଷ୍ଟ୍‌ କରିବେ ଯେମିତି ଅଣ୍ଟା ମାଂଶପେଶୀ ଉପରେ ସମସ୍ତ ବଳ ପ୍ରୟୋଗ ହେବ। ଫଳରେ ଅଣ୍ଟାର ମାଂଶପେଶୀ ଆକ୍ଚିଭ୍‌ ହୋଇଥାଏ। ଯଦି ପ୍ରତ୍ୟେକ ଦିନ ଏହି ଡାନ୍ସ କରିବା ଆପଣଙ୍କ ପକ୍ଷେ ସମ୍ଭବ ନୁହେଁ ତେବେ ଦିନେ ଛାଡ଼ି ଦିନେ ମଧ୍ୟ କରିପାରିବେ। ଗୋଟିଏ ମାସ ମଧ୍ୟରେ ଆପଣ ଫରକ ଅନୁଭବ କରିପାରିବେ।

sit ups

ସିଟ୍‌ ଅପ୍ସ୍‌:

ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ମାତ୍ର ୧୦ ରୁ ୧୫ ମିନିଟ୍‌ ବାହାର କରି ପ୍ରତିଦିନ ସିଟ୍‌ଅପ୍ସ୍‌ କରନ୍ତୁ। ଏକ ମ୍ୟାଟ୍‌ ଉପରେ ପିଠି ତଳକୁ କରି ଶୋଇଯାଆନ୍ତୁ। ହାତକୁ ମୁଣ୍ଡ ପଛରେ ରଖି ଉପରକୁ ଉଠନ୍ତୁ ଯେପରି ଆପଣଙ୍କ ମୁଣ୍ଡ ଆଣ୍ଠୁ ଯାଏଁ ଯିବ। ୧୦ ରୁ ୧୫ ଥର ଏପରି କରନ୍ତୁ ତା’ ପରେ ଅଳ୍ପ ବିଶ୍ରାମ ନେଇ ପୁଣି ଥରେ କରନ୍ତୁ।

ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ:

ନିଜର ଦୈନନ୍ଦିନ ଆହାର ପ୍ରତି ସଚେତନ ହେଲେ ମଧ୍ୟ ଆପଣ ପେଟ ଓ ଅଣ୍ଟାରେ ଜମିଥିବା ଚର୍ବି କମାଇପାରିବେ। ନିଜ ନିତିଦିନିଆ ଖାଦ୍ୟରେ ଭାତ, କ୍ଷୀର, ଚିନି ଏବଂ ଲୁଣର ପରିମାଣ କମ୍ କରନ୍ତୁ। ଏହା ବଦଳରେ ପାଳଙ୍ଗ, ଗାଜର, ଅଙ୍ଗୁର, ଟମାଟୋ ଆଦି ଖାଦ୍ୟ ଅଧିକ ଖାଆନ୍ତୁ। ସକାଳୁ ଉଠି ଅଳ୍ପ ଉଷୁମ ପାଣିରେ ମହୁ ଏବଂ ଲେମ୍ବୁ ମିଶାଇ ପିଇଲେ ଏହା ପେଟ ଓ ଅଣ୍ଟାରେ ଜମିଥିବା ଚର୍ବି ହଟାଇବାରେ ସାହାଯ୍ୟ କରେ।

ବ୍ୟାୟାମ କରିବାରେ ଅଧିକ ଶକ୍ତି ଆବଶ୍ୟକ ହୋଇଥାଏ। କିନ୍ତୁ ଆପଣ ଅତି ସହଜରେ ଘରେ ଯୋଗ କରିପାରିବେ। ଧ୍ୟାନ ରଖନ୍ତୁ ଯୋଗାଭ୍ୟାସ କଲାବେଳେ ନିଜ ଶରୀରକୁ ସିଧା ରଖନ୍ତୁ ଏବଂ ସେହି ଆସନଗୁଡ଼ିକୁ କରନ୍ତୁ, ଯାହାର ପ୍ରଭାବ ପେଟ ତଥା ଅଣ୍ଟା ଉପରେ ପଡ଼ୁଥିବ।