ଫୁସ୍‌ଫୁସ୍‌ କର୍କଟ କାହିଁକି ହୁଏ? ଏନେଇ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (LUNG CANCER: CAUSES, SYMPTOMS AND TREATMENTS IN ODIA)

ଆମର ଫୁସଫୁସରେ କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଲେ ତାହା ଏକ ଟ୍ୟୁମରର ରୂପ ନେଇଥାଏ। ସେହି ଟ୍ୟୁମର ପରବର୍ତ୍ତୀ ସମୟରେ କର୍କଟର କାରଣ ପାଲଟେ।

ଫୁସ୍‌ଫୁସ୍‌ କର୍କଟର ଲକ୍ଷଣ କ’ଣ? (Symptoms of lung cancer in Odia)

ଅଧିକ ଦିନ ଧରି କାଶ ଲାଗି ରହିବା।

ଛାତି ଯନ୍ତ୍ରଣା ହେବା।

ମୁଣ୍ଡ ବିନ୍ଧିବା।

ଲକ୍ଷଣରୁ ଜଣାପଡ଼େ କ୍ୟାନ୍‌ସର କେଉଁ ଷ୍ଟେଜରେ ରହିଛି।

ଧରନ୍ତୁ, ଜଣକର କ୍ୟାନ୍‌ସର ହୋଇ ଫୁସ୍‌ଫୁସ୍‌ରେ ପାଣି ଜମା ହୋଇଯାଇଛି। ଏଭଳି କ୍ଷେତ୍ରରେ ରୋଗୀଙ୍କର ଛାତି ଯନ୍ତ୍ରଣା ହୋଇଥାଏ।

ବେଳେବେଳେ ଫୁସ୍‌ଫୁସ୍‌ରେ କ୍ୟାନସର ହୋଇ ଶରୀରର ବିଭିନ୍ନ ସ୍ଥାନକୁ ମାଡ଼ିଯାଏ। ଯଦି କ୍ୟାନ୍‌ସର ହାଡ଼ ଆଡ଼େ ମାଡ଼ିଯାଇଥାଏ, ତେବେ ବେକ ବିନ୍ଧା ହୋଇଥାଏ। ଏହାସହ କ୍ୟାନ୍‌ସର ସେଲ୍ସ ମସ୍ତିଷ୍କକୁ ମାଡ଼ିଗଲେ ମୁଣ୍ଡ ଅତ୍ୟଧିକ ଭାବରେ ବିନ୍ଧେ।

Lungs

ଫୁସ୍‌ଫୁସ୍‌ କର୍କଟର କାରଣ (Causes of lung cancer in Odia)

ତମାଖୁ ସେବନ ଫୁସ୍‌ଫୁସ୍‌ କର୍କଟର ମୁଖ୍ୟ କାରଣ ହୋଇଥାଏ। ତା’ଛଡ଼ା ପ୍ରଦୂଷଣ କାରଣରୁ ବି ଫୁସ୍‌ଫୁସ୍‌ କର୍କଟ ହୋଇଥାଏ। କାରଣ ପ୍ରଦୂଷଣରୁ କର୍କଟ ସୃଷ୍ଟି କରୁଥିବା କେମିକାଲ ବାହାରିଥାଏ। ଆମେ ନିଶ୍ୱାସ ନେବା ବେଳେ ଏହା ଆମ ଶରୀର ମଧ୍ୟକୁ ପ୍ରବେଶ କରି ଫୁସ୍‌ଫୁସ୍‌ରେ କର୍କଟ ସୃଷ୍ଟି କରିଥାଏ।

କେମିତି ଚିହ୍ନିବା ଫୁସ୍‌ଫୁସ୍‌ କର୍କଟ? (How to diagnose lung cancer in Odia)

ପ୍ରଥମ ଷ୍ଟେଜ୍‌ରୁ କ୍ୟାନସର ରୋଗର ଚିହ୍ନଟ ହୋଇପାରିଲେ ଏହାର ଚିକିତ୍ସା ଅଧିକ ଫଳପ୍ରଦ ହୋଇଥାଏ। ବିଭିନ୍ନ ପ୍ରକାର ସ୍କ୍ରିନିଂ ପ୍ରଣାଳୀ ଦ୍ଵାରା ପ୍ରାଥମିକ ଷ୍ଟେଜ୍‌ରୁ କ୍ୟାନସର ରୋଗର ଚିହ୍ନଟ କରାଯାଇପାରୁଛି। ତେଣୁ ଅଧିକ ସମୟ ଅପେକ୍ଷା ନକରି ସାମାନ୍ୟ ସନ୍ଦେହ ହେବା ମାତ୍ରେ ଏବି ରୋଗର ଚିହ୍ନଟ କରିବା ନିତାନ୍ତ ଜରୁରୀ।

ପ୍ରାୟ ଲୋକ ଫୁସ୍‌ଫୁସ୍‌ କର୍କଟ ବିଷୟରେ ଜାଣିପାରି ନଥା’ନ୍ତି। କାରଣ ଫୁସ୍‌ଫୁସ୍‌ କର୍କଟର ସାଧାରଣ ଲକ୍ଷଣ ହେଉଛି କାଶ ହେବା। ଲୋକେ ଏହାକୁ ଟିବି ଭାବି ଟିବି ଔଷଧ ଖାଇଥା’ନ୍ତି। ହେଲେ କ୍ୟାନ୍‌ସର ଭିତରେ ଭିତରେ ମାଡ଼ିଚାଲିଥାଏ।

ଫୁସ୍‌ଫୁସ୍‌ କର୍କଟ ଚିହ୍ନିବା ପାଇଁ ହେଲେ ପ୍ରଥମେ ରୋଗୀଙ୍କର ସିଟି ସ୍କାନ କରାଯାଏ। ସିଟି ସ୍କାନ୍‌ ଦ୍ୱାରା ଜଣାପଡ଼ିଥାଏ, ଯଦି ଫୁସ୍‌ଫୁସ୍‌ରେ କିଛି ମାଂସ ଅଛି। ତେବେ ସିଟି ବାୟୋପ୍ସି ଦ୍ୱାରା ଫୁସ୍‌ଫୁସ୍‌ରୁ ଅଳ୍ପ ମାଂସ ଆଣି ପରୀକ୍ଷା କରାଯାଏ।

ଏହାଛଡ଼ା ବ୍ରୋଙ୍କୋସ୍କୋପି ଦ୍ୱାରା ମାଂସ କାଟିକି ଅଣାଯାଇପାରେ।  ଏହାପରେ ଜଣାପଡ଼େ କ୍ୟାନ୍‌ସର ଅଛି କି ନାହିଁ ବା କେଉଁ ପ୍ରକାର କ୍ୟାନ୍‌ସର।

ପରୀକ୍ଷାରୁ ଯଦି ଜଣାପଡ଼େ କ୍ୟାନ୍‌ସର, ତେବେ ପେଟ୍‌ ସ୍କାନ୍ କରି ଜଣାପଡ଼େ ଯେ, ଏହି କ୍ୟାନ୍‌ସର କେତେ ବାଟ ମାଡ଼ିଛି। ପେଟ୍‌ ସ୍କାନ ଦ୍ୱାରା କ୍ୟାନ୍‌ସର କେଉଁ ଜାଗାରେ ଅଛି, ଶରୀରର କେଉଁ ଜାଗାକୁ ମାଡ଼ିଛି ସବୁ ଜଣାପଡ଼ିଥାଏ।

ଫୁସ୍‌ଫୁସ୍‌ କର୍କଟର ଚିକିତ୍ସା (Treatment of lung cancer in Odia)

ରୋଗୀଙ୍କର ଅବସ୍ଥାକୁ ଦେଖି ଏହାର ଚିକିତ୍ସା ଭିନ୍ନ ଭିନ୍ନ। ଡାକ୍ତରମାନେ ପ୍ରଥମେ ଡାଏବେଟିସ୍‌, ସିଓପିଡି, ହୃଦୟ ଜନିତ ରୋଗ ବିଷଞରେ ଜାଣନ୍ତି। ଏହାପରେ ଚିକିତ୍ସା କରାଯାଏ।

ଫୁସ୍‌ଫୁସ୍‌ କର୍କଟର ନିରାକରଣ (Treatment of lung cancer in Odia)

ଧୁମପାନରୁ ନିବୃତ୍ତ ରହନ୍ତୁ।

ଖାଦ୍ୟରେ ପରିବର୍ତ୍ତନ ଆଣନ୍ତୁ।

ସୁସ୍ଥ ଲାଇଫ୍‌ଷ୍ଟାଇଲ ଆପଣାନ୍ତୁ।

(ସ୍ୱାସ୍ଥ୍ୟ  ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କସ୍ୱତନ୍ତ୍ରସାକ୍ଷାତକାରକୁ ନେଇ ପ୍ରସ୍ତୁତ)

(ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ ୯୯୩୮୬୬୮୮୪୩ ନମ୍ବରରେ କଲ୍ କରିପାରିବେ।)

Note: A brief medical advice, in Odia language, on causes, symptoms and treatment of Lung cancer, based on the interview with Dr. Sanjib Kumar Mishra, Radiation Oncologist.