ଆମ ବାଡ଼ି ବଗିଚାରେ ସହଜରେ ମିଳିଯାଉଥିବା ବେଲକୁ ପଣା କରି ପିଇଲେ ଶରୀର ପାଇଁ ଏହା ବେଶ୍ ଲାଭଦାୟକ। ବେଲ ପଣା ପାଟିକୁ ଯେତେ ଟେଷ୍ଟି ପେଟପାଇଁ ସେତେ ଥଣ୍ଡା। 

ସଂସ୍କୃତି ଏବଂ ପରମ୍ପରାର ରାଜ୍ୟ ହେଉଛି ଓଡ଼ିଶା। ଏଠି ବାରମାସରେ ତେର ପର୍ବ। ରଥଯାତ୍ରା, ଦଶହରା, ରଜ, ନୂଆଖାଇ, ମକର ସଂକ୍ରାନ୍ତି ଏବଂ ପଣାସଂକ୍ରାନ୍ତି ଆଦି ପୂଜାପର୍ବରେ ଦେଖିବାକୁ ମିଳେ ଓଡ଼ିଆ ଖାଦ୍ୟର ଝଲକ୍। ଆଜି ହେଉଛି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ  ଭାବରେ ପାଳନ କରାଯାଏ। ଆଜି ପ୍ରତ୍ୟେକ ଓଡ଼ିଆଙ୍କ ଘରେ ପ୍ରସ୍ତୁତ ହେବ ବିଭିନ୍ନ ପ୍ରକାରର ପଣା। ପରମ୍ପରା ଏବଂ ସଂସ୍କୃତିକୁ ବଜାୟ ରଖିବା ସହିତ ଆପଣ ବି ସ୍ୱାସ୍ଥ୍ୟକର ପଣା ପ୍ରସ୍ତୁତ କରି ପିଇପାରିବେ। ଆସନ୍ତୁ ଜାଣିବା କେଉଁ କେଉଁ ପଣା ଆପଣ ତିଆରି କରିବାରିବେ ଓ ଏଥିରେ କ’ଣ ଭିଟାମିନ୍‌ ରହିଛି।

ଓଡ଼ିଆଙ୍କ ଘରେ ଯେତେବେଳେ କୌଣସି ପର୍ବପର୍ବାଣୀ ହୁଏ। ସେତେବେଳେ ବେଲ ପଣା, ଦହି ପଣା, ଶାଗୁ ପଣା ଭଳି ପଣା ପ୍ରସ୍ତୁତ ହୋଇଥାଏ।।

ବେଲ ପଣା 

ବେଲ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ବେଲ ପଣା ପିଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ। ବେଲ ଖାଦ୍ୟ ହଜମରେ ସାହାଯ୍ୟ କରିଥାଏ, ଓଜନ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।

ନିୟମିତ ବେଲପଣା ପିଇବା ଦ୍ୱାରା କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରହେ। ତେଣୁ ହୃଦୟଜନିତ ସମସ୍ୟାର ଆଶଙକା କମ ଥାଏ।

ବେଲପଣା ପିଇବା ଦ୍ୱାରା ବିଭିନ୍ନ ପେଟ ସମସ୍ୟା ଯଥା ଏସିଡିଟି, କୋଷ୍ଠକାଠିନ୍ୟ, ବଦହଜମୀ ଆଦି ରୋଗରୁ ମୁକ୍ତି ମିଳେ ଏବଂ ପାଚନ ପ୍ରକ୍ରିୟା ସୁଦୃଢ଼ କରେ।

ଅତ୍ୟଧିକ ଗରମ ଯୋଗୁଁ ଶରୀରକୁ ହିଟ୍ ଷ୍ଟ୍ରୋକର ଆଶଙ୍କା ଥାଏ। ଏପରି ପରିସ୍ଥିତିରେ ବେଲପଣା ଶରୀରକୁ ଥଣ୍ଡା ରଖିବା ସହ ଲୁ’ ରୁ ବଞ୍ଚାଏ।.

ଆସନ୍ତୁ, ଜାଣିବ ବେଲ ପଣା କିପରି ପ୍ରସ୍ତୁତ କରିବେ?

ବେଲ–  ବଡ଼
ଚିନି – –  ଚାମଚ
ଗୋଲମରିଚ ଗୁଣ୍ଡ-୧-୨ଚାମଚ
କଳା ଲୁଣ– ୧-୨ ଚାମଚ

ବେଲପଣା ପ୍ରସ୍ତୁତ କରିବାର ବିଧି:

  • ବେଲକୁ ପ୍ରଥମେ ଭାଙ୍ଗି ଏହାର ରସ ଚାମଚରେ କାଢ଼ନ୍ତୁ
  • ଏବେ କୌଣସି ପାତ୍ରରେ କଢ଼ାଯାଇଥିବା ରସକୁ ଭଲଭାବରେ ଗୋଳାଇ ସେଥିରୁ ମଞ୍ଜି ବାହାର କରନ୍ତୁ
  • ଏଥିରେ ପାଣି ଡବଲ ପରିମାଣରେ ପକାଇ ଗୋଳାନ୍ତୁ
  • ଏହାପରେ ବେଲ ରସକୁ କୌଣସି ଛଣାରେ ଛାଣନ୍ତୁ
  • ଏବେ ଏହି ମିଶ୍ରଣରେ ଚିନି କିମ୍ବା ଗୁଡ଼ ପକାଇ ଘାଣ୍ଟନ୍ତୁ
  • ଏବେ ଏଥିରେ ଗୋଲମରିଚ ଗୁଣ୍ଡ ଏବଂ କଳା ଲୁଣ ମିଶାଇ ପିଅନ୍ତୁ