ପ୍ରେମ କାହିଁକି ହୁଏ? ପ୍ରେମ ବିବାହ ସତ୍ତ୍ୱେ କାହିଁକି ହୁଏ ଝଗଡ଼ା? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

love in odia

ପ୍ରେମ ହେଲେ ଜଣେ ଶହେ ଜଣଙ୍କ ମଧ୍ୟରୁ ଜଣେ ପୁଅ କିମ୍ବା ଝିଅ ପ୍ରତି ଆକର୍ଷିତ ହୋଇଥାଏ। ତେବେ ସମସ୍ତଙ୍କ ମନକୁ ପ୍ରଶ୍ନ ଆସେ ଯେ, ସେ ପୁଅ ଏ ଝିଅକୁ କାହିଁକି ପ୍ରେମ କଲା? ସେହିପରି ଆପଣ ଦେଖିଥିବେ କେତେକ ଲୋକ ପ୍ରେମ ବିବାହ କରିବା ପରେ ବି ଝଗଡ଼ା ହୋଇଥାଏ। କେତେକ କ୍ଷେତ୍ରରେ ଝଗଡ଼ାରୁ ବିବାହ ବିଚ୍ଛେଦ ବି ଦେଖିବାକୁ ମିଳିଥାଏ।

ପ୍ରେମ ଆମ ଶରୀରର ଏକ ମାନସିକ ଅବସ୍ଥା କହିଲେ ଭୁଲ ହେବ ନାହିଁ। ପ୍ୟୁବର୍ଟି ପରେ ଶରୀରରେ ଟେଷ୍ଟୋଷ୍ଟେରନ୍‌ ଓ ଇଷ୍ଟ୍ରୋଜେନ୍‌ ନାମକ ହରମୋନ୍‌ କ୍ଷରଣ ହୁଏ। ଫଳରେ ଜଣେ ଜଣଙ୍କ ପ୍ରତି ଆକର୍ଷିତ ହୋଇଥାଏ। ଆକର୍ଷିତ ହେଲେ ଶରୀରରେ କେତେକ ସ୍ନାୟୁ ରସ କ୍ଷରତି ହୁଏ, ଫଳରେ ପୁରୁଷ କିମ୍ବା ମହିଳାଙ୍କ ଛାତି ଧଡ଼ଧଡ଼ ହେବ, ରାତିରେ ନିଦ ହେବ ନାହିଁ।

love in odia

ପ୍ରେମ କ’ଣ? (What is love in Odia)

ଯେତେବେଳେ ଗୋଟେ ଛୋଟ ଝିଅ କିମ୍ବା ପୁଅକୁ ପଚରାଯାଏ ଯେ, ତମେ କାହାକୁ ବେଶି ଭଲ ପାଉଛ, ସେତେବେଳେ ସେ ଉତ୍ତରରେ ବାପା କିମ୍ବା ମା’ ବୋଲି କହିଥା’ନ୍ତି। ହେଲେ ପିଲା ବଡ଼ ହେବା ପରେ ତାଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍‌ ଓ ଇଷ୍ଟ୍ରୋଜେନ୍‌ ହରମୋନ୍‌ କ୍ଷରଣ ହେବା ଫଳରେ ସେମାନେ ଗୋଟେ ଝିଅ କିମ୍ବା ପୁଅ ପ୍ରତି ଆକର୍ଷିତ ହୋଇଥା’ନ୍ତି।

ଶାରୀରିକ ଓ ମାନସିକ ସ୍ତରରେ ଆକର୍ଷିତ ହେଲେ ପ୍ରେମ ହୋଇଯାଏ କିନ୍ତୁ ପ୍ରେମ ଲମ୍ବା ସମୟ ଧରି ତିଷ୍ଟି ପାରେ ନାହିଁ। ପ୍ରେମରେ ରହିବା ପାଇଁ ହେଲେ ଶାରୀରିକ, ମାନସିକ, ମନୋଭାବ, ସାମାଜିକ, ପାରିବାରିକ, ସମନତା ହେଲେ ପ୍ରେମ ଲମ୍ବା ସମୟ ଧରି ରହିଥାଏ। ଅକ୍ସିଟୋସିନ୍‌ ଓ ଭାସୋପ୍ରେସିନ୍‌ ହରମୋନ୍‌ ଯୋଗୁଁ ପ୍ରେମ ଲମ୍ବା ସମୟ ରହିବାରେ ସାହାଯ୍ୟ କରିଥାଏ।

couple fighting

ଅଧିକ ପଢ଼ନ୍ତୁ: ଫୋବିୟା କ’ଣ? ଏହାର ନିରାକାରଣ କେମିତି କରିବେ

ପ୍ରେମ ବିବାହ ସତ୍ତ୍ୱେ ଝଗଡ଼ା କାହିଁକି ହୁଏ? (Why do married couples fight despite love marriages in Odia)

କେତେକ ପ୍ରେମୀ ଯୁଗଳ ଲମ୍ବା ସମୟ ଧରି ପ୍ରେମରେ ରହିବା ପରେ ବିବାହ କରୁଛନ୍ତି। ହେଲେ ବିବାହର ବର୍ଷେ, ଦୁଇବର୍ଷ, ୫ ବର୍ଷ କିମ୍ବା ୧୦ ବର୍ଷ ପରେ ବିବାହ ବିଚ୍ଛେଦ ଘଟୁଛି। ଏହାଛଡ଼ା ବିବାହ ପରେ ବି କେତେକ ପୁରୁଷ ଓ ସ୍ତ୍ରୀ ଅନ୍ୟ ପୁରୁଷ କିମ୍ବା ସ୍ତ୍ରୀ ପ୍ରତି ଆକର୍ଷିତ ହୋଇଥା’ନ୍ତି। ଏହାର କାରଣ ଅନେକ ରହିଛି, ଯେପରିକି ଜଣେ ପୁରୁଷ ସୁନ୍ଦର ସ୍ତ୍ରୀ କିମ୍ବା ଟଙ୍କା ଦେଖି ବିବାହ କରିଥିଲା ଓ ପରେ ସ୍ତ୍ରୀ ମୋଟା ହେବା ପରେ ଆକର୍ଷଣ କମିଗଲା। ସେହିପରି ଜଣେ ଝିଅ ଯଦି ସୁନ୍ଦର ପୁଅ ଦେଖି ବିବାହ କରିଥିବ ଓ ପୁଅ ଚନ୍ଦା ହୋଇଯିବା ପରେ ଆକର୍ଷଣ କମିଯାଇଥିବ। ଏସବୁ ହେଉଛି ଶାରୀରିକ ଆକର୍ଷଣ।

love in odia

ଅଧିକ ପଢ଼ନ୍ତୁ: ଅତି ମନ ଖୁସି ରହିବା ବି ମାନସିକ ରୋଗର ଲକ୍ଷଣ

ପ୍ରେମ ସବୁଦିନ ରହିବ କେମିତି? (How will love last forever in Odia)

ପ୍ରେମ ପାଇଁ ସବୁପ୍ରକାରର ଆକର୍ଷଣ ଦରକାର। କେବଳ ଶାରୀରିକ ଆକର୍ଷଣ ହେଲେ ପ୍ରେମ ଲମ୍ବା ସମୟ ଧରି ରହିବ ବୋଲି ଭାବିବା ଭୁଲ। ଯେତେବେଳେ ଉଭୟ ପୁଅ ଏବଂ ଝିଅ ନିଜ ନିଜ ମଧ୍ୟରେ ଆଡଜଷ୍ଟ କରିବେ, ତେବେ ଯାଇ ସବୁ କିଛି ସମ୍ଭବ ହୋଇପାରିବ। ପ୍ରେମ ବିବାହ ପରେ ବି ଯଦି ଝଗଡ଼ା ହେଉଛି, ତେବେ ସ୍ୱାମୀ ନିଜକୁ ସ୍ତ୍ରୀ ସ୍ଥାନରେ ରଖି ଭାବିବ ଓ ସ୍ତ୍ରୀ ନିଜକୁ ସ୍ୱାମୀ ସ୍ଥାନରେ ରଖି ପରିସ୍ଥିତିକୁ ବୁଝିବେ, ତେବେ ଯାଇ ଝଗଡ଼ା ବନ୍ଦ ହେବ। ଫଳରେ ଶରୀରରେ ଅକ୍ସିଟୋସିନ୍‌ ଓ ଭାସୋପ୍ରେସିନ୍‌ ହରମୋନ୍‌ କ୍ଷରଣ ହେବ ଓ ବିବାହର ୧୦ ବା ୧୫ ବର୍ଷ ପରେ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହେବେ।

(ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲପ୍ଲାଟଫର୍ମ ‘ସ୍ୱାସ୍ଥ୍ୟପ୍ଲସ’ ସହିତ ଡାକ୍ତର ସମ୍ରାଟ କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on Love and relationships, in Odia language, is based on an extensive interview with Psychiatrist Dr Samrat Kar.