hair care

ଅଧିକ ପଢ଼ନ୍ତୁ: ଶୀତ ଦିନେ କେମିତି ନେବେ କେଶର ଯତ୍ନ?

କେଶ ଝଡ଼ିବା ସାଧାରଣ କଥା। ହେଲେ ଅତ୍ୟଧିକ କେଶ ଝଡ଼ିବା ସାଧାରଣ ନୁହେଁ।

କଳା, ଘନ ଏବଂ ସୁନ୍ଦର କେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ସୁନ୍ଦର କେଶ କିଏ ବା ନ ଚାହେଁ? କେଶ ଛୋଟ କିମ୍ବା ଲମ୍ବା କିମ୍ବା ବାଦାମୀ ରଙ୍ଗର ହେଲେ ବି ସୁସ୍ଥ ହେବା ଉଚିତ। ଲୋକମାନେ କେଶ ସଜାଇବା ପାଇଁ ଭଲ ଗୁଣବତ୍ତା ସାମ୍ପୁ, କଣ୍ଡିସନର ଏବଂ ତେଲ ବ୍ୟବହାର କରନ୍ତି ଏବଂ ଅନେକ ଘରୋଇ ଉପଚାର ମଧ୍ୟ ଗ୍ରହଣ କରନ୍ତି। କିନ୍ତୁ ଏସବୁ ସତ୍ତ୍ୱେ, ଯଦି ଆପଣଙ୍କ କେଶ ଝଡ଼ୁଛି, ତେବେ ଏହାର ଯତ୍ନ ନିହାତି ନେବା ଜରୁରୀ।

କେଶ ଝଡ଼ିବାର ଲକ୍ଷଣ (Symptoms of Hairloss in Odia)

ଜଣେ ବ୍ୟକ୍ତିର ଦୈନିକ ୫୦ରୁ ୧୦୦ କେଶ ଝଡ଼େ। କିନ୍ତୁ, ୧୦୦ରୁ ଅଧିକ କେଶ ଝଡ଼ିଲେ ବ୍ୟକ୍ତି ଚନ୍ଦାପଣର ଶୀକାର ହୋଇପାରନ୍ତି।

ଯଦି ବ୍ୟକ୍ତିଙ୍କର କେଶ ସାମ୍ପୁ ହେବା ପରେ, କୁଣ୍ଡାଇବା ବେଳେ, ଶୋଇକରି ଉଠିବା ପରେ ତକିଆରେ କେଶ ଦେଖିବାକୁ ମିଳୁଛି, ତେବେ ଜାଣିବେ ଆପଣଙ୍କ କେଶ ଅଧିକ ଝଡ଼ୁଛି।

hair fall

ଅଧିକ ପଢ଼ନ୍ତୁ: ରୁପି ସମସ୍ୟାକୁ ନେଇ ଚିନ୍ତିତ କି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ

କେଶ ଝଡ଼ିବାର କାରଣ (Why does hair fall?)

ମହିଳା ଓ ପୁରୁଷଙ୍କଠାରେ କେଶ ଝଡ଼ିବାର କାରଣ ଅଲଗା ଅଲଗା। ପୁରୁଷଙ୍କର ଶରୀରରେ ଟେଷ୍ଟୋଷ୍ଟେରନ୍‌ (Testosterone)  ହରମୋନ୍‌ରେ ପରିବର୍ତ୍ତନ ହେଲେ କେଶ ଝଡ଼ିଥାଏ। ସାଧାରଣତଃ ପୁରୁଷଙ୍କର ମୁଣ୍ଡର ଉପର ଓ ସାମ୍ନା ଭାଗରେ କେଶ ଅଧିକ ଝଡ଼ିଥାଏ। ଏହାଛଡ଼ା ଜେନେଟିକ୍‌ କାରଣରୁ ମଧ୍ୟ କେଶ ଅଧିକ ଝଡ଼ିଥାଏ।

ମହିଳାଙ୍କ କ୍ଷେତ୍ରରେ ସଠିକ୍‌ ଡାଏଟ୍‌ ନ ନେଲେ, ମାନସିକ ଚାପ, ପ୍ରସବ ପରେ କିମ୍ବା କୌଣସି ରୋଗ ହେଲେ କେଶ ଜଡ଼ିଥାଏ।

କେଶ ଝଡ଼ିବାକୁ କେମିତି ରୋକାଯାଇପାରିବ? (How to prevent Hairfall in Odia)

ଅଧିକାଂଶ ଲୋକଙ୍କର ଭୁଲ ଧାରଣା ଥାଏ ଯେ, ପ୍ରତିଦିନ କେଶ ଧୋଇବା କେଶ ପାଇଁ ଖରାପ। ହେଲେ କେଶକୁ ନିୟମିତ ଭାବେ ମାଇଳ୍ଡ ସାମ୍ପୁରେ ସଫା କରିବା ଆବଶ୍ୟକ।

ସାମ୍ପୁ କରିସାରିବା ପରେ କଣ୍ଡିସନର ବ୍ୟବହାର କରି ୧୦ ମିନିଟ୍‌ ରଖିବେ ଏବଂ ଧୋଇଦେବେ।

କେଶକୁ ସବୁବେଳେ ମୋଟା ଦାନ୍ତ ପାନିଆରେ କୁଣ୍ଡାଇବା ଉଚିତ।

ଯଦି ଆପଣଙ୍କର ଶୁଷ୍କ କେଶ, ତେବେ ଭଲ ତେଲ ବ୍ୟବହାର କରିପାରିବେ।

ଖାଦ୍ୟରେ ପ୍ରୋଟିନ୍‌ ଓ ଆଇରନ୍‌ର ମାତ୍ରା ଅଧିକ ରଖନ୍ତୁ। ଯେପରିକି ଡାଲି, ବାଦାମ, ସୋୟାବିନ୍‌, ସବୁଜ ପନିପରିବା, ଡାଳିମ୍ବ, ଚୁକନ୍ଦର, ଅଣ୍ଡା, ମାଛ ଆଦିକୁ ସାମିଲ କରନ୍ତୁ।

ସୁସ୍ଥ କେଶ ପାଇଁ ଜରୁରୀ ଭଲ ଖାଦ୍ୟପେୟ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।

ଠିକ୍‌ ସମୟରେ ଖାଆନ୍ତୁ, ଠିକ୍‌ ସମୟରେ ଶୁଅନ୍ତୁ।

ମାନସିକ ଚାପରୁ ଦୂରେଇ ରହନ୍ତୁ।

ଏସବୁ ବାଦ୍‌ କେଶ ଝଡ଼ୁଥିଲେ ଚର୍ମ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।