ବିଭିନ୍ନ କାରଣରୁ ଆମ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ପଦାର୍ଥ ଖାଇଲେ ଆମକୁ ଆଖି ସମ୍ବନ୍ଧୀୟ ସମସ୍ୟାରୁ ଉପଶମ ମିଳିଥାଏ।

food for healthy eye

ଅଧିକ ପଢ଼ନ୍ତୁ: ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ କରନ୍ତୁ ଆଖି ଏକ୍ସରସାଇଜ

ଆଜିକାଲି ସମସ୍ତେ କାମରେ ବ୍ୟସ୍ତ ରହି ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି। ଏପରିକି ସକାଳୁ ରାତି ଯାଏଁ ମୋବାଇଲ ସ୍କ୍ରିନ ହେଉ ବା ଲାପଟପକୁ ଦେଖିବାକୁ ପଡ଼ୁଛି। ଯାହା ଫଳରେ ଏହାର ପ୍ରଭାବ ଆମ ଦୃଷ୍ଟିଶକ୍ତି କମ ବୟସରୁ ହ୍ରାସ ପାଇବାରେ ଲାଗିଛି।

ବାଦାମ

ବାଦାମରେ ଓମେଗା ୩ ଫ୍ୟାଟି ଏସିଡ, ଭିଟାମିନ ଇ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଏହା ଆଖି ପାଇଁ ଉପକାରୀ ହୋଇଥାଏ। ଏହା ବ୍ୟତୀତ ସ୍ମରଣ ଶକ୍ତି ଓ ଏକାଗ୍ରତାରେ ମଧ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ଆପଣ ଖାଲି ବାଦାମ କିମ୍ବା ବାଦାମ ପେଷ୍ଟକୁ କ୍ଷୀର ସହ ମିଶାଇ ପିଇ ପାରିବେ।

healthy vegetables

ଅଧିକ ପଢ଼ନ୍ତୁ: କେମିତି ନେବେ ଆଖିର ଯତ୍ନ?

ସବୁଜ ପନିପରିବା

ଆଖିକୁ ସୁସ୍ଥ ରଖିବାକୁ ପ୍ରତିଦିନ ଶାଗ ଖାଆନ୍ତୁ। ଏଥିରେ ଲ୍ୟୁଟିନ ଓ ଜିଏକ୍ସୋଥିନ ଭରପୂର ମାତ୍ରାରେ ଥିବାରୁ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସବୁଜ ପନିପରିବା ଖାଇବା ଉଚିତ। ପାଳଙ୍ଗ, ବ୍ରୋକୋଲି ଓ ସିମଲା ମିର୍ଚରେ ଭିଟାମିନ ସି ଥିବାରୁ ଆଖି ପାଇଁ ଲାଭଦାୟୀ ହୋଇଥାଏ।

carrot

ଗାଜର

ପ୍ରତିଦିନ ଗୋଟେ ଗ୍ଲାସ ଗାଜର ଜୁସ ପିଇବା ଦ୍ୱାରା ଆଖିରେ କୌଣସି ସମସ୍ୟା ଦେଖାଦେଇନଥାଏ। ସେଥିପାଇଁ ସବୁ ସମୟରେ ଗାଜର କିମ୍ବା ମିକ୍ସ ଭେଜର ଜୁସ ପିଇବା ଉଚିତ। ଏଥିସହ ପ୍ରତିଦିନ ସାଲାଡରେ କିମ୍ବା ତରକାରୀରେ ଗାଜର ବ୍ୟବହାର କଲେ ଆଖି ସୁସ୍ଥ ରହିବ।

ଅଁଳା

ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ଲାଗି ଅଁଳା ସବୁଠାରୁ ଭଲ ବିକଳ୍ପ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଅଧା କପ ପାଣିରେ କିଛି ଚାମଚ ଅଁଳା ରସ ମିଶାଇ ପିଇ ପାରିବେ। ଏହା ଛଡ଼ା ଆପଣ ଅଁଳା ଜୁସ ମଧ୍ୟ ପିଇ ପାରିବେ।

ଅଧିକ ପଢ଼ନ୍ତୁ: ବୟସ୍କ ବ୍ୟକ୍ତି କିପରି ନେବେ ଆଖିର ଯତ୍ନ?

ମାଛ

ଆଖିର ଦୃଷ୍ଟି ଶକ୍ତି ବଢ଼ାଇବାରେ ମାଛ ମଧ୍ୟ ସହାୟକ ହୋଇଥାଏ। ଟୁନା, ମେକେରେଲ, ଚୁନା ମାଛ ଆଖି ପାଇଁ ଖୁବ ଉପକାରୀ ହୋଇଥାଏ। ମାଛରେ ଥିବା ପ୍ରୋଟିନ ଆଖିକୁ ସୁସ୍ଥ ରଖିବା ସହ ଆଖି ସମ୍ପର୍କୀୟ ବିଭିନ୍ନ ସମସ୍ୟା ଦୂର କରିଥାଏ।

ଜାମୁକୋଳି

ଜାମୁକୋଳିରେ ଥିବା ଭିଟାମିନ ସି ଆଖି ପାଇଁ ବେଶ ଲାଭଦାୟୀ ହୋଇଥାଏ। ଏଥିସହିତ ଜାମୁକୋଳି ବିଭିନ୍ନ ରୋଗ ଦାଉରୁ ମଧ୍ୟ ରକ୍ଷା କରିଥାଏ।

ଗୁଜୁରାତି

ଆଖିକୁ ସୁସ୍ଥ ରଖିବା ଏବଂ ଥଣ୍ଡା ରଖିବା ମଧ୍ୟ ନିହାତି ଦରକାର। ସେଥିପାଇଁ ଶରୀରକୁ ସନ୍ତୁଳିତ କରିବା ପାଇଁ ଗୁଜୁରାତି ଖାଆନ୍ତୁ। ନିୟମିତ ଗୁଜୁରାତି ଖାଇଲେ ଆଖି ଥଣ୍ଡା ରହିବା ସହ ଦୃଷ୍ଟିଶକ୍ତି ବଢ଼ିଥାଏ।