mother-baby

ଶିଶୁ ମା’ ପେଟରେ ଥିବା ଦିନଠାରୁ ତା’ର ଯତ୍ନ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଦରକାର।

ଶିଶୁକୁ ଉଷୁମ ରଖନ୍ତୁ।

ନବଜାତ ଶିଶୁକୁ ଜନ୍ମର ୧ ଘଣ୍ଟା ଭିତରେ ସ୍ତନ୍ୟପାନ କରାନ୍ତୁ।

ଶିଶୁକୁ ୬ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦିଅନ୍ତୁ।

ଶିଶୁ ଜନମ ହେବାର ପ୍ରଥମ ୭ ଦିନ ପର୍ଯ୍ୟନ୍ତ ଶିଶୁକୁ ଗାଧୋଇ ଦିଅନ୍ତୁ ନାହିଁ।

ନାହିକୁ ଶୁଖିଲା ରଖନ୍ତୁ।

ଅସୁସ୍ଥ ଲୋକଙ୍କଠାରୁ ନବଜାତ ଶିଶୁକୁ ଦୂରେଇ ରଖନ୍ତୁ।

କେଉଁ ପରିସ୍ଥିତିରେ ଶିଶୁକୁ ଡାକ୍ତରଙ୍କ ପାଖକୁ ନେବେ?

ଶିଶୁ ଯଦି ମା’ କ୍ଷୀର ଟାଣୁ ନଥିବ କିମ୍ବା ଖାଉ ନଥିବ।

ଶିଶୁ ଯଦି ନ କାନ୍ଦେ / ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରେ।

ଯଦି ଶିଶୁର ପାଦ ଓ ହାତ ପାପୁଲି ହଳଦିଆ ହୋଇଯାଏ ବା ଜଣ୍ଡିସ୍‌ର ଲକ୍ଷଣ ଦେଖାଗଲେ।

ଶିଶୁକୁ ଜ୍ଵର ହୋଇଥିଲେ।

ଯଦି ଶିଶୁ ନିସ୍ତେଜ କିମ୍ବା ଅଚେତ ହେଲା ପରି ଲାଗୁଥାଏ।

ଯଦି ଶିଶୁ ପରିସ୍ରା କରୁନାହିଁ।