ମାନସିକ ରୋଗ କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ମାନସିକ ରୋଗ ମନର ଏକ ଅସାଧାରଣ ଅବସ୍ଥା ଯାହା ମନୁଷ୍ୟର ବ୍ୟବହାରରୁ ଜଣାପଡ଼େ। ହସିବା, କାନ୍ଦିବା, ଦୁଃଖ କରିବା, ରାଗିଯିବା, ଏହା ଜଣେ ସାଧାରଣ ବ୍ୟକ୍ତିର ବ୍ୟବହାର। ଏହି ବ୍ୟବହାର ଯଦି ଅଧିକ ହୋଇଯାଉଛି, ଯାହା ଫଳରେ ଆପଣଙ୍କ ସମାଜିକ ତଥା ବୃତ୍ତିଗତ ଜୀବନରେ ବ୍ୟାଘାତ ଘଟୁଛି, ତେବେ ଏହା ଚିନ୍ତାର ବିଷୟ। ଏହାକୁ ମାନସିକ ରୋଗ କହିପାରିବା।

mental health

ମାନସିକ ରୋଗର ଲକ୍ଷଣ (Symptoms of mental illness in Odia)

ଡିପ୍ରେସନ୍‌ ଯୋଗୁଁ ମନ ଦୁଃଖ ରହିବା।

କିଛି କାମ କରିବାକୁ ଇଛା ହେବ ନାହିଁ।

ଅଳ୍ପ କାମ କଲେ ହାଲିଆ ଲାଗିବ।

ନିଦ ଠିକ୍‌ ହେବ ନାହିଁ।

ଭୋକ ଲାଗିବ ନାହିଁ।

ନକରାତ୍ମକ ଭାବନା ସୃଷ୍ଟି ହୋଇଥାଏ।

ଅତି ମନ ଖୁସି ରହିବା।

ସବୁବେଳେ ଉତ୍ସାହିତ ରହିବା।

ନିଶା ସେବନ କରିବା ଦ୍ୱାରା ବି ମାନସିକ ସମସ୍ୟା ସୃଷ୍ଟି ହୁଏ।

ନିଶା ଛାଡ଼ିଦେଲେ ବାଉଳିଚାଉଳି ହେବେ, ଦେହ ହାତ ଥରିବ, ବାତ ମାରିବ ଓ ନିଦ ନ ହେବା ଭଳି ସମସ୍ୟା ହୋଇଥାଏ।

ବିନା କାରଣରେ ଭୟ କରିବା।

ଘରୁ ଏକା ବାହାରକୁ ଗଲେ ଡର ଲାଗିବା।

ଏହିସବୁ ଲକ୍ଷଣ ଦେଖାଗଲେ ମାନସିକ ବିଶେଷଜ୍ଞଙ୍କ ସହ ପରାମର୍ଶ ନିଅନ୍ତୁ।

mentaldisord

ମାନସିକ ରୋଗର କାରଣ (Causes of mental illness in Odia)

ମାନସିକ ରୋଗ ସାଧାରଣତଃ ବଂଶଗତ କାରଣରୁ ହୋଇଥାଏ। ଯଦି ପରିବାରର ବାପା କିମ୍ବା ମା’କୁ ହୋଇଛି, ତେବେ ପିଲାକୁ ହେବାର ଆଶଙ୍କା ରହିଛି। ମସ୍ତିଷ୍କରେ ସେରୋଟୋନିନ୍, ଡୋପାମିନ୍‌ ଭଳି ଅନେକ ସ୍ନାୟୁ ରସ ରହିଛି। ଯଦି ଏହି ରସ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ବିଭିନ୍ନ ପ୍ରକାର ମାନସିକ ସମସ୍ୟା ହୋଇପାରେ।

ମାନସିକ ରୋଗର ଚିକିତ୍ସା (Treatment of mental illness in Odia)

ମାନସିକ ରୋଗକୁ ବିଭିନ୍ନ ମାଧ୍ୟମରେ ଚିକିତ୍ସା କରାଯାଏ।

ଔଷଧ: ମାନସିକ ରୋଗୀଙ୍କୁ ଔଷଧ ମାଧ୍ୟମରେ ଚିକିତ୍ସା କରାଯାଏ। ବେଳେ ବେଳେ କିଛି ରୋଗୀଙ୍କୁ ଜୀବନସାରା ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଥାଇରଏଡ୍‌, ଡାଏବେଟିସ୍‌ ଭଳି ମାନସିକ ରୋଗରେ ମଧ୍ୟ ଜୀବନସାରା ଔଷଧ ଖାଇବାକୁ ପଡ଼ିପାରେ। ଯଦି ରୋଗୀ ଔଷଧ ଖାଇବାକୁ ମଙ୍ଗୁନାହାନ୍ତି, ତେବେ କିଛି ଔଷଧ ଅଛି, ଯାହାକୁ ଖାଦ୍ୟ ମାଧ୍ୟମରେ ଦିଆଯାଏ। ବର୍ତ୍ତମାନ ନୂଆ ନୂଆ ଔଷଧ ବାହାରିଲାଣି, ଯାହାର ପାର୍ଶ୍ୱପ୍ରତିକ୍ରିୟା ବହୁତ କମ୍‌।

medicine

ମାନସିକ ରୋଗୀଙ୍କର ଚିକିତ୍ସା ଯେତିକି ଶୀଘ୍ର କରାଯିବ, ସେହି ଅନୁସାରେ ଔଷଧ କମ୍‌ ଦିନ ଖାଇବାକୁ ପଡ଼ିଥାଏ।

ମ୍ୟାଗ୍ନେଟିକ୍‌ ଷ୍ଟିମୁଲେସନ୍‌: ରୋଗୀଙ୍କର ଅବସ୍ଥାକୁ ଦେଖି ଭିନ୍ନ ଭିନ୍ନ ଚିକିତ୍ସା କରାଯାଏ। କିଛିଟା କ୍ଷେତ୍ରରେ ବିଜୁଳି ଚିକିତ୍ସା ମଧ୍ୟ ଦିଆଯାଏ।

donate skin

ପରିବାର ସଦସ୍ୟଙ୍କ କର୍ତ୍ତବ୍ୟ

ମାନସିକ ରୋଗୀଙ୍କ ଅପେକ୍ଷା ତାଙ୍କ ପରିବାର ଲୋକଙ୍କର ଦାୟିତ୍ୱ ବେଶି। ରୋଗୀ ଜଣକର ସମସ୍ୟା ବିଷୟରେ ତାଙ୍କ ପରିବାର ଲୋକ ଓ ସାଙ୍ଗମାନେ ଅଧିକ ଜାଣିପାରନ୍ତି। ଏଭଳି କ୍ଷେତ୍ରରେ ରୋଗୀଙ୍କୁ ଅଣଦେଖା ନ କରି ଡାକ୍ତରଙ୍କର ପରାମର୍ଶ ନେବା ଜରୁରୀ ଏବଂ ଔଷଧ ଖାଇବା ଦ୍ଵାରା ରୋଗ ସମ୍ପୂର୍ଣ୍ଣ ଭାବରେ ଭଲ ହେବାର ସମ୍ଭାବନା ରହିଛି। ଜଣେ ମାନସିକ ରୋଗୀ ସୁସ୍ଥ ହେବା ପଛରେ ପରିବାର ଲୋକ, ସୋସାଇଟି, ସାଙ୍ଗସାଥୀ ଓ ଡାକ୍ତରଙ୍କ ସାହାଯ୍ୟର ଆବଶ୍ୟକତା ରହିଛି

(ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ’ ସହିତ ଡାକ୍ତର ସମ୍ରାଟ କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: A brief medical advice, in Odia language, on causes, symptoms and treatment of Mental illness based on the interview with Dr. Samrat Kar, Psychiatrist Doctor.